ରାସନ କାର୍ଡରେ ସାଙ୍ଗିଆ ଭୁଲ ପାଇଁ ଅଭିନବ ପ୍ରତିବାଦ । ଭୁକିଭୁକି ସରକାରୀ ଅଧିକାରୀଙ୍କୁ ଜଣାଇଲେ ସମସ୍ୟା । ଦେଖନ୍ତୁ, ଭିଡିଓ…

82

କନକ ବ୍ୟୁରୋ: ରାସନ କାର୍ଡରେ ସାଙ୍ଗିଆ ଭୁଲ ପାଇଁ ଅଭିନବ ପ୍ରତିବାଦ । ଦତ୍ତା ବଦଳରେ ଲେଖାହୋଇଛି କୁତା । ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଭୁକି ଭୁକି କଲେ ପ୍ରତିବାଦ କଲେ ପଶ୍ଚିମବଙ୍ଗର ବାଙ୍କୁରାର ଶ୍ରୀକାନ୍ତ ଦତ୍ତା । ରାସନ କାର୍ଡରେ ତାଙ୍କ ସାଙ୍ଗିଆ ଭୁଲକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଭୁକି ଭୁକି ପ୍ରତିବାଦ କରିଛନ୍ତି । ରାସନ କାର୍ଡ଼ରେ ଶ୍ରୀକାନ୍ତଙ୍କ ୩ ଥର ନାଁ ଭୁଲ ରହିଛି । ଥରେ ଶ୍ରୀକାନ୍ତ ମଣ୍ଡଳ, ଦ୍ୱିତୀୟ ଥର ଶ୍ରୀକାନ୍ତି ଲେଖାହୋଇଥିଲା । ତୃତୀୟ ଥର ଶ୍ରୀକାନ୍ତ ଦତା ମଣ୍ଡଳ ବଦଳରେ ଶ୍ରୀକାନ୍ତ କୁତା ଲେଖାଯାଇଥିଲା । ପ୍ରଶାସନର ଏଭଳି ଭୁଲରେ ଅତିଷ୍ଠ ହୋଇ ବିଡିଓଙ୍କ ଗାଡ଼ି ଆଗରେ ଭୁକି ଭୁକି ନାଁ ସୁଧାରିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ ।