ଆହୁରି ୩ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ୧୯ରୁ ବର୍ଷା ସମ୍ଭାବନା ।

177

କନକ ବ୍ୟୁରୋ: ଆହୁରି ୩ ଦିନ କଲକଲ କରିବ ତାତି । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯ ତାରିଖଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଁଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଷ୍ଟିଆ ବର୍ଷା ହୋଇଛି । ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ଗୋଟିଏ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ତେବେ ଆଗାମୀ ୪ ଦିନ ମୋସୁମୀ ଅଗ୍ରସର ନେଇ ସ୍ଥିତି ଅନୁକୁଳ ଥିବା କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।