ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା। ମୌସୁମୀ ପ୍ରଭାବରେ ୧୦୩ ପ୍ରତିଶତ ବର୍ଷା : ଆଇଏମଡି ମହାନିର୍ଦ୍ଦେଶକ

116

କନକ ବ୍ୟୁରୋ : ଚଳିତ ଥର ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଅନୁମାନ ଠାରୁ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଅ।।ଇଛି । ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ବର୍ଷା ଚଳିତ ଥର ଅଧିକ ରହିବ । ୧୦୩ ପ୍ରତିଶତ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଏପ୍ରିଲରେ ଆଇଏମଡି କହିଥିଲା, ଚଳିତ ଥର ସାମାନ୍ୟ ବର୍ଷା ହେବ । ତେବେ ବର୍ତ୍ତମାନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ସୂଚନା ମିଳିଛି ।

ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ମଧ୍ୟ ହେଉଛି । ମଧ୍ୟ ଭାରତରେ ୧୦୬ ପ୍ରତିଶତ ବର୍ଷା ନେଇ ମଧ୍ୟ ଅନୁମାନ ରହିଛି । ସେହିଭଳି ଉତ୍ତର-ପୂର୍ବ କ୍ଷେତ୍ରରେ ସାମାନ୍ୟ କମ ବର୍ଷା ନେଇ ଅନୁମାନ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଦାରିତ ସମୟର ତିନିଦିନ ପୂର୍ବରୁ ରବିବାର କେରଳ ଛୁଇଁଛି ।