ସମ୍ଭାବ୍ୟ ବାତ୍ୟା ଆଣିପାରେ ପ୍ରଚଣ୍ଡ ଖରା : ପାଣିପାଗ ବିଜ୍ଞାନୀ ଶରତଚନ୍ଦ୍ର ସାହୁଙ୍କ ଆକଳନ

3,564

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଆଣିପାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି । ଆଜି ଓ ଆସନ୍ତକାଲି ଆଶ୍ୱସ୍ତିକର ପାଗ ରହିବ କିନ୍ତୁ ୬ତାରିଖ ଆଡକୁ ପୁଣି ଖରା ବଢ଼ିପାରେ । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆହୁରି ସାଂଘାତିକ ଗ୍ରୀଷ୍ମ ଲହରିକୁ ଟାଣିପାରେ । ପାଣିପାଗ ବିଜ୍ଞାନୀ ଶରତଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଲାଂଦେଶ କିମ୍ବା ମିଆଁମାର ଆଡ଼କୁ ଗଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । କାରଣ ସାମୁଦ୍ରିକ ପବନ ଆସିବନି । ଅପରପକ୍ଷରେ ଉତ୍ତର-ପଶ୍ଚିମରୁ ଶୁଷ୍କ ଓ ତତଲା ପବନ ପ୍ରବାହ ବଢ଼ିବ । ବାତ୍ୟା ବାୟୁମଣ୍ଡଳରୁ ଜଳୀୟବାଷ୍ପ ଟାଣିନେବ । ଜଳୀୟବାଷ୍ପ ନରହିଲେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା କମ୍ । ଏଭଳି ସ୍ଥିତିରେ ଅସହ୍ୟ ତାତି ଅନୁଭୂତ ହୋଇପାରେ ।