କନକ ବ୍ୟୁରୋ: ଗୁମ୍ମାଝରଣ ପିକନିକ କରିବାକୁ ଆସି ବୁଡିଗଲେ ୨ ଭାଇ । ଜୟପୁରରୁ ପରିବାର ସହ ଭୋଜି କରିବାକୁ ଆସିଥିଲେ । ଜଳପ୍ରପାତରେ ଗାଧୋଇବା ବେଳେ ଅସାବଧାନତା ହେତୁ ବୁଡି ଯାଇଥିଲେ ଦୁଇ ଭାଇ । ଘଣ୍ଟାଏ ପରେ ଜଳପ୍ରପାତରୁ ୨ ଭାଇଙ୍କୁ ଉଦ୍ଧାର କଲେ ଗାଁ ଲୋକେ । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ବୁଡିଗଲେ । ମାଥିଲି ସବଡିଭିଜନ ମେଡିକାଲରେ ଉଭୟ ଭାଇଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ଜଳପ୍ରପାତରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ୨ ଭାଇ ମୃତ
/kanak/media/post_attachments/wp-content/uploads/2024/06/217815485_750x422.jpg)