ଦିଲ୍ଲୀରେ ପାଣି ପାଇଁ ହାହାକାର ।  ୫ ମିନିଟରେ ଖାଲି ହୋଇଯାଉଛି ପାଣି ଟ୍ୟାଙ୍କର ।

88

କନକ ବ୍ୟୁରୋ: ପାଣି ପାଇଁ ରାଜଧାନୀ ଦିଲ୍ଲୀରେ ହାହାକାର ପରିସ୍ଥିତି । ପାଣି ଯୋଗାଇବାକୁ ଆସୁଥିବା ଟ୍ୟାଙ୍କରକୁ ଦେଖିବାକୁ ଏହା ଉପରକୁ ଚଢିଯାଉଛନ୍ତି ଲୋକେ । ଟ୍ୟାଙ୍କର  ଭିତରେ ପାଇପ ପକାଇ ପାଣି ନେବାକୁ ପ୍ରତିଯୋଗିତା ଲାଗୁଛି । ଆଉ ମାତ୍ର କେଇ ମିନିଟରେ ପୁରା ଟ୍ୟାଙ୍କର ଖାଲି ହୋଇଯାଉଛି ।

ପାଣି ଅଭାବକୁ ନେଇ ରାଜନୀତି ବି ଜୋର ଧରିଛି ।ବିଜେପିଠାରୁ କଂଗ୍ରେସ ନେତା ସମସ୍ତେ ଦିଲ୍ଲୀର ଆପ ସରକାରକୁ ଘେରୁଛନ୍ତି । ଦୀର୍ଘ ଦିନରୁ ଦିଲ୍ଲୀରେ ପାଣି ସମସ୍ୟା ଲାଗି ରହିଥିଲେ ବି ଏହାର ସମାଧାନ ପାଇଁ ଦିଲ୍ଲୀ ସରକାର ଅସମର୍ଥ ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି ।