ଆସାମରେ ଭିଆଇପି ପରମ୍ପରା ଶେଷ ହେବ । ଏଣିକି ବିଜୁଳି ବିଲ୍ ଭରିବେ ଖୋଦ୍ ମୁଖ୍ୟମନ୍ତ୍ରୀ । ହିମନ୍ତ ସରକାରଙ୍କ ବଡ଼ ପଦକ୍ଷେପ

220

କନକ ବ୍ୟୁରୋ: ହିମନ୍ତ ସରକାରଙ୍କ ବଡ଼ ପଦକ୍ଷେପ, ଆସାମରେ ଶେଷ ହେବାକୁ ଯାଉଛି ଭିଆଇପି ପରମ୍ପରା । ଏଣିକି ଜନସାଧାରଣଙ୍କ ଟଙ୍କା ନୁହେଁ ବରଂ ନିଜେ ନିଜର ବିଜୁଳି ବିଲ ଭରିବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ । ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ରବିବାର ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ପୂର୍ବରୁ ଜନସାଧାରଣଙ୍କ ଦ୍ୱାରା ଦିଆଯାଉଥିବା ଟ୍ୟାକ୍ସରେ ଭିଆଇପି ମାନଙ୍କର ବିଜୁଳି ବିଲ ଭରଣା କରାଯାଉଥିଲା । ଜୁଲାଇ ୧ତାରିଖ ଠାରୁ ଏହି ବ୍ୟବସ୍ଥା ଉଚ୍ଛେଦ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ଏବଂ ମୁଖ୍ୟ ଶାସନ ସଚିବ ନିଜ ଟଙ୍କାରେ ବିଜୁଳି ବିଲ୍ ଭରଣା କରିବା ନେଇ ଘୋଷଣା କରିଛନ୍ତି । ଦୀର୍ଘ ୭୫ ବର୍ଷ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମନ୍ତ୍ରୀ, ବଡ଼ ବଡ଼ ସରକାରୀ ଅଧିକାରୀ ମାନଙ୍କର ବିଜୁଳି ବିଲ୍ ସରକାରୀ ବଜେଟରୁ ଖର୍ଚ୍ଚ କରାଯାଉଥିଲା, ଯାହା ଜନସାଧାରଣଙ୍କ ଟଙ୍କା । ଏଣିକି ଏହି ପ୍ରଥା ବନ୍ଦ ହେବାକୁ ଯାଉଥିବା ବେଳେ ସମସ୍ତ ଭିଆଇପି ମାନେ ନିଜେ ନିଜର ବିଦ୍ୟୁତ୍ ବିଲ ପୈଠ କରନ୍ତୁ ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଏଥିସହିତ ନିଜ ଘର ମାନଙ୍କରେ ସୋଲାର ସିଷ୍ଟମ ସ୍ଥାପନ କରି ସୌରଶକ୍ତିର ଉପଯୋଗ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।