ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ, ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ

869

କନକ ବ୍ୟୁରୋ : ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯାଇଛି । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ । ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିିସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ପୋଲିସ ସହ ଗଣ୍ଡଗୋଳ କରିଥିଲେ । ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ପୋଲିସ କିଛି ସମର୍ଥକଙ୍କୁ ଅଟକ ରଖି ପଚରାଉଚରା କରିଛି ।

ଫ୍ରାନ୍ସ ଦ୍ୱତୀୟ ଦଳ ଭାବେ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ହରାଇଛି । ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଫିଫା ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିବା ମରକ୍କୋର ଟ୍ରଫ୍ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ଶନିବାର କ୍ରୋଏସିଆ ସହିତ ମରକ୍କୋ ତୃତୀୟ ସ୍ଥାନ ପାଇଁ ଖେଳିବ ।