ଆର୍ଥିକ ସମସ୍ୟା ଭିତରେ ପୂର୍ବତନ କ୍ରିକେଟ ଖେଳାଳୀ ବିନୋଦ କାମ୍ବଲୀ , କହିଲେ ସଚିନ ଜାଣିଛନ୍ତି ସବୁକଥା

367

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲୀ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏହି କାରଣରୁ ସେ କାମ ସନ୍ଧାନରେ ଥିବା କଥା କୁହାଯାଇଛି । କାମ୍ବଲୀ କହିଛନ୍ତି କି, ଏବେ ସେ କେବଳ ବିସିସିଆଇ ଦ୍ୱାରା ଦିଆଯାଉଥିବା ପେନସନରେ ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି ।

ବିନୋଦ କାମ୍ବଲୀ କହିଛନ୍ତି କି ତାଙ୍କର ପୂର୍ବତନ ସାଥୀ ସଚିନତେନ୍ଦୁଲକର ତାଙ୍କ ଆର୍ଥିକ ସମସ୍ୟା ସଂପର୍କରେ ସବୁ ଜାଣିଛନ୍ତି । ହେଲେ ସଚିନଙ୍କ ଠାରୁ କିଛି ସାହାଯ୍ୟ ଆଶା କରିନାହାଁନ୍ତି କାମ୍ବଲୀ । କାରଣ କାମ୍ବଲୀ କହିଛନ୍ତି କି ପୂର୍ବରୁ ସଚିନ ତାଙ୍କୁ ଅନେକଥର ସାହାଯ୍ୟ କରିଛନ୍ତି ।

୫୦ ବର୍ଷିୟ କାମ୍ବଲୀ ଶେଷଥର ପାଇଁ ୨୦୧୯ ମସିହାରେ ଏକ ଟିମର କୋଚର ଥିଲେ । ସେତେବେଳେ ସେ ଟି-୨୦ ଲିଗରେ ମୁମ୍ବାଇ ଟିମ୍ ସହ ଯୋଡି ହୋଇଥିଲେ । ହେଲେ ତା ପରେ କରୋନା ସବୁକିଛି ବଦଳାଇ ଦେଲା । ଏବେ ସେ କେବଳ ବିସିସିଆଇ ଦ୍ୱାରା ଦିଆଯାଉଥିବା ମାସିକ ୩୦ ହଜାର ଟଙ୍କାର ନିଜ ପରିବାର ଚଳାଉଛନ୍ତି । ଏହା ବ୍ୟତୀତ ସେ ତେନ୍ଦୁଲକର ମିଡିଲସେକ୍ସ ଗ୍ଲେଶବାଲ ଏକାଡେମୀରେ ଟ୍ରେନିଂ ଦେଉଥିଲେ । ହେଲେ ଏହା ତାଙ୍କଘର ଠାରୁ ଅନେକ ଦୂରରେ ହୋଇଥିବାରୁ ସେ ଏହି ଚାକିରି ଛାଡି ଦେଇଛନ୍ତି ।

ଆପଣଙ୍କୁ କହିରଖୁ କି ବିନୋଦ କାମ୍ବଲୀ ଭାରତୀୟ ଟିମରେ ମୋଟ ୧୦୪ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ଏଥିଷର ୧୭ ଟି ଟେଷ୍ଟ ମ୍ୟାଚ ବି ସାମିଲ ଅଛି । ହେଲେ କିଛିଦିନ ପୂର୍ବରୁ ନିଶାରେ ଗାଡି ଚଳାଉଥିବା ବେଳେ ଧରାପଡି ସେ ଚର୍ଚ୍ଚାକୁ ଆସିଥିଲେ ।