ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର : ମ୍ୟାନେଜରଙ୍କ ତରଫରୁ ମିଳିଲା ସୂଚନା

81

କନକ ବ୍ୟୁରୋ : ଜଣାଶୁଣା ତଥା ଲୋକପ୍ରିୟ କମେଡି କଳାକାର ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ କ୍ରମଶ ସୁଧାର ହେଉଛି । ରାଜୁ ବର୍ତ୍ତମାନ ରେସପଣ୍ଡ କରୁଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି । ଏନେଇ ରାଜୁଙ୍କ ମ୍ୟାନେଜରଙ୍କ ତରଫରୁ ସୂଚନା ମିଳିଛି ।

ସେହିପରି ଅଭିନେତାଙ୍କ ଚେତା ଆସିବାକୁୁ ଆଉ ସପ୍ତାହେ ଲାଗିପାରେ ବୋଲି ଚିକିତ୍ସିକ କହିଛନ୍ତି । କିନ୍ତୁ ଏବେ ବି ହାସ୍ୟ ଅଭିନେତା ଭେଣ୍ଟିଲେଟରରେ ଅଛନ୍ତି । ଗତ ସପ୍ତାହରେ ଜିମରେ ୱାର୍କ ଆଉଟ କରୁଥିବା ସମୟରେ ହଠାତ ରାଜୁ ଅସୁସ୍ଥ ହେବା ସହ ଚେତାଶୂନ୍ୟ ହୋଇପଡିଥିଲେ । ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି ।