ଗାଁକୁ ଭରସା ପୁରୁଣା ଗଛ, ମୋହନା ବ୍ଲକ ବୁରନଦୀରେ କାଠଗଣ୍ଡି ଉପରେ ବିପଦସଂକୁଳ ଯିବା ଆସିବା କରୁଛନ୍ତି ଗ୍ରାମବାସୀ

98

କନକ ବ୍ୟୁରୋ : ନଦୀ ଉପରେ ଗମନାଗମନ ମାଧ୍ୟମ ସାଜିଛି କାଠ ପୋଲ । ରାସ୍ତା ମଝିରେ ପଡୁଛି ନଦୀ । ଗ୍ରାମବାସୀ ନଦୀରେ କାଠ ଗଣ୍ଡି ପକାଇ ପୋଲ ତିଆରି କରିଛନ୍ତି । କାଠକୁ ଭରସା କରି ଗାଁର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ବର୍ଷା ଦିନ ଆସିଲେ ବୁରନଦୀ ଲୋକଙ୍କ ପାଇଁ ପାଲଟି ଯାଉଛି ବଡ ଦୁଃଖ । ଛୋଟରୁ ବଡ ସମସ୍ତେ ଏହି ନଦୀ ପାରି ହେବା ପାଇଁ କାଠ ଗଣ୍ଡିର ସାହାରା ନେଇଥାନ୍ତିି । ଗଜପତି ମୋହନା ବ୍ଲକ ବାଙ୍କିଝୁଲା ଗାଁ ନିକଟସ୍ଥ ବରୁ ନଦୀରେ ଏଭଳି ବିପପୂର୍ଣ୍ଣ ଯାତାୟତ ଦେଖିବାକୁ ମିଳୁଛି ।