ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ମହନୀୟତା : ବଞ୍ଚିଗଲା ଦୁଇ ଆହତଙ୍କ ଜୀବନ

103

କନକ ବ୍ୟୁରୋ : ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ମହନୀୟତା ଯୋଗୁଁ ବଞ୍ଚିଗଲା ଦୁଇ ଆହତଙ୍କ ଜୀବନ । ଗତକାଲି ସକାଳେ ବ୍ରହ୍ମପୁରରୁ ଫୁଲବାଣୀକୁ ବାହାରିଥିଲେ ଭିଜିଲାନ୍ସ ଏସପି ଗଣେଶ୍ୱର ପ୍ରଧାନ । କରଞ୍ଜେଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ୨ ଆହତଙ୍କୁ ଦେଖି ଅଟକି ଯାଇଥିଲେ । ତୁରନ୍ତ ଦୁଇ ଆହତଙ୍କୁ ଉଦ୍ଧାର କରି ନିଜ ବୋଲେରୋରେ ଆସିକା ହସ୍ପିଟାଲକୁ ନେଇଥିଲେ ଭିଜିଲାନ୍ସ ଏସପି ।

ଆସିକାରେ ୨ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ଭିଜିଲାନ୍ସ ଏସପି ଗଣେଶ ପ୍ରଧାନଙ୍କ ଏହି ମହାନୀୟତା କାର୍ଯ୍ୟ ପାଇଁ ସବୁ ଆଡେ ପ୍ରଶଂସା କରାଯାଉଛି । ସୂଚନା ଅନୁସାରେ ଭଞ୍ଜନଗର ନିକଟସ୍ତ ବାଉଁଶଲୁଣ୍ଡି ଗାଁର ସଂଜୟ କୁମାର ଗୁପ୍ତା ଓ ତାଙ୍କ ଭଉଣୀ ଶ୍ୟାମା ଦେବୀ ଗୁପ୍ତା ବ୍ରହ୍ମପୁର ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ରାସ୍ତା କଡ଼ରେ ପଡ଼ିଥିଲେ । ଠିକ୍ ସେହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଯାଉଥିବା ବେଳେ ୨ଜଣ ରାସ୍ତା କଡ଼ରେ ପଡ଼ିଥିବା ଦେଖି ନିଜ ଗାଡ଼ିରେ ମେଡିକାଲକୁ ନେଇଥିଲେ ।