ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱରେ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ପ୍ରତିଶୃତିବଦ୍ଧ

144

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା । ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ । ଏହାର ବ୍ୟାପକ କାର୍ୟ୍ୟକଳାପ ଏବଂ ରାଜ୍ୟର ଅପାର ସମ୍ଭାବନାକୁ ସୂଚୀତ କରିଛି । ୧,୦୦,୦୦୦ କୋଟି ଟଙ୍କାରେ ବେଦାନ୍ତର ଓଡ଼ିଶାରେ ମିଳିତ ପୁଞ୍ଜି ବିନିଯୋଗ ବିଶ୍ୱର ଯେକୌଣସି ସ୍ଥାନରେ ବୃହତ ବୋଲି ପରିଗଣିତ ହୁଏ ।

ଆଲୁମିନିୟମ ହେଉଛି ଭବିଷ୍ୟତର ଧାତୁ, ସବୁଜ ପ୍ରଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାତୁ ଭାବରେ ଚିହ୍ନଟ ହୋଇଛି, ଯାହା ଭାରତର ନେଟ ଜିରୋ କାର୍ବନ ଯାତ୍ରାକୁ ଶକ୍ତି ଦେବ । ବେଦାନ୍ତ ଆଲୁମିନିୟମ ଏରୋସ୍ପଶ, ଜାତୀୟ ପ୍ରତିରକ୍ଷା, ଭିତିଭୂମି, ବିଦ୍ୟୁତିକରଣ ପରି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ଦେଶର ଆତ୍ମନିର୍ଭରଶୀଳତା ପାଇଁ ଅଟୋମୋବାଇଲ, ବୈଦ୍ୟୁତିକ ଯାନ ଓ ହାଇଟେକ ଉତ୍ପାଦନରେ କଂପାନି ନୂଆ ଉତ୍ପାଦ ଲାଇନ ସଂଯୋଗ କରିଛି ।

ଘରୋଇ ଆଲୁମିନିୟମ ଶିଳ୍ପ ଓ ଭାରତର ଶିଳ୍ପ ଓ ଅର୍ଥନୀତି ଭବିଷ୍ୟତକୁ ସମୃଦ୍ଧ କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଯୋଗାଉଛି । ଭାରତୀୟ ମିନେରାଲସ ଇୟର ବୁକ ଅନୁଯାୟୀ ଦେଶରେ ବ୍କସାଇଟ ସମ୍ବଳର ୪୧% ରାଜ୍ୟ ଅବଦାନ ଯୋଗାଇଥାଏ । ଆଜି ବିଶ୍ୱସ୍ତରୀୟ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶା ଏକ ହବ ହୋଇଛି ।

ଏହାର ବହୁମୁଖୀ ଗୁଣ ଯୋଗୁ ୨୦୩୦ ସୁଦ୍ଧା ଭାରତରେ ଆଲୁମିନିୟମର ଚାହିଦା ୪ଏମଟିପିଏରୁ ୧୦ ଏମଟିପିଏକୁ ଦ୍ୱିଗୁଣିତ ହେବା ଆଶା କରାଯାଏ ତେଣୁ ଏଥିପାଇଁ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିବିନିଯୋଗ ଆବଶ୍ୟକ ହେବ । ଭାରତର ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ମାତ୍ର ୩ କିଲୋଗ୍ରାମ, ଯାହା ବିଶ୍ୱସ୍ତରୀୟ ମୁଣ୍ଡପିଛା ୧୧ କିଲୋଗ୍ରାମରୁ କମ ଅଟେ । ଭାରତ ୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପହଁଚିବା ସହ ଆଲୁମିନିୟମର ଚାହିଦା ବୃଦ୍ଧି ପାଇବ । ଏହି ସୁଯୋଗ ଅପେକ୍ଷାରେ ଓଡ଼ିଶା ନିଜକୁ ପ୍ରସ୍ତୁତ କରିସାରିଛି ।

ଓଡ଼ିଶାରେ ବେଦାନ୍ତ ଆଲୁମିନିୟମର କାର୍ୟ୍ୟ ଭାରତକୁ ଏକ ଆଲୁମିନିୟମ ଉତ୍ପାଦକ ଭାବେ ମାନଚିତ୍ରରେ ସ୍ଥାନ ଦେଇଛି । ଏହି ପରିବର୍ତନ ପଛରେ ରହିଛି ଓଡ଼ିଶାର ବେଦାନ୍ତର କାର୍ୟ୍ୟ । ବାର୍ଷିକ ୧.୮ ମିଲିୟନ ଟନ କ୍ଷମତା ସଂପନ୍ନ ଝାରସୁଗୁଡ଼ାର ମେଲଟିଂ ସୁବିଧା ବିଶ୍ୱର ୧ ମିଲିୟନ ଟନ କ୍ଲବରେ ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ଛିଡ଼ା ହୋଇଛି । କଂପାନି ଓଡ଼ିଶାର କଳାହାଣ୍ଡିର ଲାଂଜିଗଡ଼ରେ ଏକ ବିଶ୍ୱସ୍ତରୀୟ ୨ ଏମଟିପିଏ ଆଲୁମିନା ରିଫାଇନାରୀ ମଧ୍ୟ ପରିଚାଳନା କରୁଛି । ସବୁଜ ଧାତୁର ବଢୁଥିବା ଚାହିଦାକୁ ପୂରଣ ଲାଗି କଂପାନି ପ୍ରତିଯୋଗିତା ମୂଳକ ଭାବେ ଏହାର ଖଣିଗୁଡ଼ିକର କାର୍ୟ୍ୟଦକ୍ଷତା ବୃଦ୍ଧି ପାଇଁ ଧ୍ୟାନ ଦେଉଛି ।

କଂପାନି ବିବିଧ ଉତ୍ପାଦ ପରିସର ସୃଷ୍ଟି କରି ୫୦+ ଦେଶକୁ ଯୋଗାଣ କରୁଛି । ଗୁଣବତା ପ୍ରତି ବିଶେଷ ଦ୍ୟାନ ଦେଇ ଏହା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ରମାଣ ପତ୍ର ଲାଭ କରିଛି । ବିଶ୍ୱ ପାଇଁ ଏକ ଉତ୍ପାଦନ ହବ ଭାବରେ ଉଭା ହେବାକୁ ସକ୍ଷମ ହୋଇପାରିଛି ।

ସ୍ଥିରତା ପାଇଁ କଂପାନିର ଅଦ୍ୟମ ପ୍ରଚେଷ୍ଟା ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଏହାର ଝାରସୁଗୁଡ଼ାର ସ୍ମେଲଟର ସମ୍ମାନଜନକ ଆଲୁମିନିୟମ ଷ୍ଟିୱାର୍ଡଶିପ ଇନିସିଏଟିଭ ପ୍ରମାଣପତ୍ର ଲାଭ କରିଛି । ଏହା ବିଶ୍ୱର ସ୍ଥିରତା ମାନକକୁ ସୂଚୀତ କରେ । ଅନ୍ୟ ପକ୍ଷରେ ଏହାର ଉତ୍ପାଦ ଗୁଡ଼ିକ ଆନ୍ତର୍ଜାତିକ ମାନର ହୋଇଥିବା ମଧ୍ୟ ପ୍ରମାଣିତ ହୋଇଛି ।

ବେଦାନ୍ତର କାର୍ୟ୍ୟ ପରିମାଣ ନିଶ୍ଚିତ କରେଯେ ଓଡ଼ିଶାରେ ମୋଟ ରାଜ୍ୟ ଘରୋଇ ଉତ୍ପାଦରେ ଏହାର ଅବଦାନ ମହତ୍ୱପୂର୍ଣ୍ଣ, ଯାହା ରାଜ୍ୟର ଜିଏସଡିପିର ପ୍ରାୟ ୪% ଅଟେ । ଅର୍ଥନୈତିକ କ୍ଷେତ୍ର ବାହାରେ ବେଦାନ୍ତ ଆଲୁମିନିୟମର ସମାଜିକ କାର୍ୟ୍ୟକ୍ରମ ପ୍ରାୟ ୨୦୦ଟି ଦୂରବର୍ତି ଗ୍ରାମରେ ପହଁଚିଥାଏ । ଯାହା ଦ୍ୱାରା ଭାରତର ଗାଁର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, ଜୀବିକା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଏହା ଧ୍ୟାନ ପ୍ରଦାନ କରିଆସୁଛି ।

ଭାରତକୁ ଏକ ବିଶ୍ୱ ଉତ୍ପାଦନ ଗୃହରେ ପରିଣତ କରିବାରେ ବେଦାନ୍ତର କାର୍ୟ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ବୃହତ ଆଲୁମିନିୟମ ଉତ୍ପାଦନକାରୀ ଚୀନ ଓ ଋଷ ପାଇଁ ଏକ ବିକଳ୍ପ ହୋଇପାରିଛି । ବ୍ୟବସାୟିକ ଉତ୍କର୍ଷତା ଓ ନିରନ୍ତର ଅଭିବୃଦ୍ଧି ବଳରେ ବେଦାନ୍ତ ଆଜି ଆତ୍ମନିର୍ଭରଶୀଳତାର ପରାକାଷ୍ଠା ଦେଖାଇପାରିଛି ।