ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ୧୪୮୯ଟି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ ।

53

ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ମୋଟ ୧୪୮୯ଟି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଭର୍ତ୍ତିରେ ରେଳବାଇ ଯବାନଭାବେ କଣ୍ଟ୍ରାକଚୁଆଲ ଆଧାରରେ ଗେଟମ୍ୟାନ୍ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଜାଣନ୍ତୁ କିଭଳି ଏହି ପଦ ପାଇଁ ଆବେଦନ କରିବେ ।

ପଦ ସଂଖ୍ୟା – ୧୪୮୯

ପୋଷ୍ଟିଙ୍ଗ – ଦାନାପୁର : ୧୭୪
ଧନବାଦ : ୫୦
ମୁଗଲସରାୟ ମଣ୍ଡଳ : ୨୦୦
ସୋନପୁର ମଣ୍ଡଳ : ୯୦
ସମସ୍ତିପୁର ମଣ୍ଡଳ : ୯୭୫

ଯୋଗ୍ୟତା – କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାନରୁ ଦଶମ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା – ସୈନ୍ୟ ସେବା ଅବଧି ଆଧାରରେ ପ୍ରାର୍ଥୀ ମାନଙ୍କୁ ଚୟନ କରାଯିବ ।

ବୟସସୀମା – ୨୦୧୯ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୬୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ମାସିକ ଦରମା – ୨୩,୫୦୦

ଆବେଦନ ପ୍ରକ୍ରିୟା – ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ www.rrcecr.gov.in ମାଧ୍ୟମରେ ଆନଲାଇନରେ ଆବେଦନ କରିପାରିବେ ।

ଆବେଦନର ଅନ୍ତିମ ତାରିଖ –  ପ୍ରଥମ ପର୍ଯ୍ୟାୟ – ୨୬ ଅଗଷ୍ଟ ୨୦୧୮
ଦ୍ୱିତୀୟ ପର୍ଯ୍ୟାୟ – ୦୫ ସେପ୍ଟେମ୍ବର ୨୦୧୮
ତୃତୀୟ ପର୍ଯ୍ୟାୟ – ୧୫ ସେପ୍ଟେମ୍ବର ୨୦୧୮