ଉତ୍ତର ପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ : ୭୩ ଆସନ ପାଇଁ ଭୋଟ ଗ୍ରହଣ

20

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ହେବ । ପ୍ରଥମ ପର୍ଯ୍ୟାୟରେ ୭୩ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୮୩୯ ଜଣ ପ୍ରାର୍ଥୀ । ଏଠାରେ ସପା-କଂଗ୍ରେସ, ବିଜେପି ଓ ବିଏସପି ମଧ୍ୟରେ ତ୍ରିକୋଣୟୀ ମୁକାବିଲା ହେଉଛି । ମୋଟ ୨କୋଟି ୬୦ ଲକ୍ଷ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ପଶ୍ଚିମ ଉତରପ୍ରଦେଶର ମତଦାନ ହେବାକୁ ଥିବା ସବୁ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୬ ହଜାର ୮୨୩ଟି ବୁଥରେ ଭୋଟ ଗ୍ରହଣ ହେବ । ଅତି ସ୍ପର୍ଶକାତର ମୁଜାଫରନଗର ଅଂଚଳର ସମସ୍ତ ୮୮୭ଟି ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।