ସୀମାରେ ମୁତୟନ ହେବ ରୋବଟ୍ ! ଯବାନଙ୍କ ସହ ମିଶି କରିବେ ଶତ୍ରୁସଂହାର

41

ଯବାନଙ୍କ ସହ ମିଶି ସୀମାରେ ଯୁଦ୍ଧ କରିବ ରୋବଟ୍ । ଦେଶକୁ ଶତ୍ରୁ ହାତରରୁ ରକ୍ଷା କରିବାରେ ସାହଯ୍ୟ କରିବେ ରୋବଟ୍ । ବୈଜ୍ଞାନିକ ମାନେ ବିଜୟର ଶେଷ ସୀମାକୁ ଛୁଇଁ ସାରିଲେଣି କହିଲେ ଭୁଲ ହେବ ନାହିଁ । ସୀମାରେ ମଣିଷ ସହିତ ରୋବର୍ଟ ମଧ୍ୟ ଶତ୍ରୁ ମାନଙ୍କ ଠାରୁ ପ୍ରତିଶୋଧ ନେବେ । ଏହାର ଅର୍ଥ ହେଉଛି ଭବିଷ୍ୟତରେ ମଣିଷ ସହିତ ସୀମାରେ ରୋବଟମାନେ ମଧ୍ୟ ଯୁଦ୍ଧ କରିବେ । ରୋବଟ ସୀମାରେ ଯବାନ ରୂପରେ ନିୟୋଜିତ ହେବେ । ବର୍ତ୍ତମାନ ସମୟରେ ଡ୍ରୋନ ଯେପରି କାମ କରୁଛି ସେହିପରି ମଧ୍ୟ କାମ କରିବ ରୋବର୍ଟ ।

ସମଗ୍ର ଦୁନିଆର ବୈଜ୍ଞାନିକ ମାନେ ଏବେ କୃତ୍ରିମ ଜ୍ଞାନକୌଶଳ ଉପରେ କାମ କରୁଛନ୍ତି । ଏହା ଦ୍ୱାରା ଆଧୁନିକ ରୋବର୍ଟ,କମ୍ପ୍ୟୁଟର ପ୍ରୋଗ୍ରାମ ଓ ମୋବାଇଲକୁ ବିକଶିତ କରାଯାଉଛି । ଏହି ମଧ୍ୟରୁ କିଛି କିଛି ମାନବ ଜୀବନର ଅଂଶ ହୋଇସାରିଛନ୍ତି ତ ଆଉ କିଛି ଭବିଷ୍ୟତରେ ମଣିଷ ଜୀବନକୁ ସହଜ କରିବା ପାଇଁ କାର୍ଯ୍ୟରେ ଆସିବେ । ସେଥିପାଇଁ ଏଆଇ କୌଶଳ ବିକଶିତ କରାଯାଉଛି, ଯେଉଁଥିରେ ରୋବଟ ଏବଂ କମ୍ପ୍ୟୁଟର ମାନବ ପ୍ରୋଗ୍ରାମ ପ୍ରଶିକ୍ଷଣରେ କଥା ହେବା ପାଇଁ ସକ୍ଷମ ହେବେ । ଏହି ରୋବଟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯିବ । ରୋବଟ ଯଦି କାନ୍ଥ ଉପରେ ଚାଲିବ ତେବେ ତାକୁ ସେଥିପାଇଁ ପ୍ରସ୍ତୁତ କରାଯାଇ ପାରିବ । କିନ୍ତୁ ଯଦି ରୋବର୍ଟ କୌଣସି ଚଟାଣର କୋଣରେ ଚାଲିବ ତେବେ ଏହା କ୍ଷତିକର ସାବ୍ୟସ୍ତ ହୋଇପାରେ । ଏହିଭଳି ସ୍ଥିତିରେ ମାନବ ପ୍ରଶିକ୍ଷଣ ତାକୁ ଠିକ ରାସ୍ତା ଦେଖାଇ ପାରିବ । ଅର୍ଥାତ ତାହାର ଗତିକୁ ନିୟନ୍ତ୍ରଣ କରି ପାରିବ ।