ହରିୟାଣା ନୁହ ହିଂସାକୁ ନେଇ ଆମେରିକା ଜାରିକଲା ବୟାନ । ଜାଣନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଣ ରହିଛି ଆମେରିକାର ମତ

196

କନକ ବ୍ୟୁରୋ : ହରିୟାଣାର ନୁହ ଠାରେ ଏକ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଓ ଏହାକୁ ନେଇ ଆରମ୍ଭ ହୋଇଥିବା ହିଂସା ଏବେ ସାରା ହରିୟାଣା ରେ ବ୍ୟାପୀ ସାରିଛି । ୪ ଦିନ ଧରି ଲାଗି ରହିଥିବା ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି । ଏହି କ୍ରମରେ ଏବେ ଆମେରିକା ବିଦେଶ ମନ୍ତ୍ରଣାଳୟ ତରଫରୁ ହରିୟାଣାବାସୀଙ୍କୁ ହିଂସାରୁ ନିବୃତ ରହିବା ଓ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଛି ।

ଆମେରିକା ପ୍ରବକ୍ତା ମେଭ୍ୟୁ ମିଲର ବୁଧବାର ଦିନ କହିଛନ୍ତି କି ହରିୟାଣାବାସୀ ରାଜ୍ୟରେ ଶାନ୍ତି ବଜାୟ ଋକ୍ଷନ୍ତୁ । ଏହାସହ ରାଜନୈତିକଦଳମାନେ ଲୋକମାନଙ୍କୁ ହିଂସା କରିବାରୁ ନିବୃତ ରହିବାକୁ ପରାମର୍ଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏନେଇ ଆମେରିକା ତରଫରୁ ଦୂତାବାସ ସହ ସଂପର୍କ କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।

ସୂଚନା ଥାଉକି ସୋମବାର ଦ୍ୱିପ୍ରହରେ ନୁହ ଠାରେ ଏକ ଶୋଭାଯାତ୍ରା ବାହାରିଥିଲା । କିଛି ଲୋକ ଏହି ଶୋଭାଯାତ୍ରା ଉପରେ ହଠାତ ଆକ୍ରମଣ କରିଥିଲେ । କିଛି ସମୟ ମଧ୍ୟରେ ଏହି ଆକ୍ରମଣ ହିଂସାର ରୂପ ନେଇଥିଲା । ଏଥିରେ ଏପର୍ଯ୍ୟନ୍ତ ୬ଜଣ ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ସେପଟେ ଉପଦ୍ରବକାରୀମାନେ ହିଂସା ସ୍ଥଳରେ ଥିବା ଗାଡି ଉପରେ ନିଆଁ ଲାଗାଇ ଦେଇଥିବାରୁ ୮୦ ଅଧିକ ଗାଡି ପୋଡି ଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ହୋମଗାର୍ଡ ଓ ୪ ଜଣ ସାଧାରଣ ନାଗରିକ ରହିଛନ୍ତି ।

ସେପଟେ ହିଂସାର କାରଣ ଜାଣିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଯାଂଚ ଟିମ୍ ବା ଏସଆଇଟି ଗଠନ କରାଯାଇଛି । ହିଂସାରେ ହୋଇଥିବା କ୍ଷତିକୁ ସରକାର ଉପ୍ରଦବକାରୀଙ୍କ ଠାରୁ ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି ।