ସ୍ପର୍ଶ ହସ୍ପିଟାଲ୍ ଗ୍ରୁପର ଅନ୍ତର୍ଜାତୀୟ ସେବିକା ଦିବସ ପାଳନ

66

କନକ ବ୍ୟୁରୋ : କଥାରେ ଅଛି ମାନବ ସେବା ମାଧବ ସେବା । ଏହି ପରିପ୍ରେକ୍ଷୀରେ ସେବା ଓ କର୍ତ୍ତବ୍ୟବୋଧ ବିଷୟରେ ସଚେତନ କରିବା ପାଇଁ ମେ ମାସ ୧୨ ତାରିଖରେ ପାଳିତ ହେଇଆସୁଛି ‘ଅନ୍ତର୍ଜାତୀୟ ସେବିକା ଦିବସ’ । ସ୍ପର୍ଶ ହସ୍ପିଟାଲ୍ ଗ୍ରୃପ୍ ପକ୍ଷରୁ ଏହି ଦିବସ ମେ ମାସ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଚିକିତ୍ସା କ୍ଷେତ୍ରରେ ଯେମିତି ଡ଼ାକ୍ତରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଠି୍କ ସେହିଭଳି ସେବିକାମାନଙ୍କର ଚିକିତ୍ସା ଏବଂ ସେବାରେ ଭୂମିକା ସେତିକି ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନିଃସ୍ୱାର୍ଥ ର ସେବା ଯତ୍ନ, ଏବଂ ଚିକିତ୍ସା ସେବା କ୍ଷେତ୍ରରେ ଉତ୍ସଗୀକୃତ ଅତୁଳନୀୟ ଅବଦାନକୁ ସମ୍ବର୍ଦ୍ଧିତ କରିବାପାଇଁ ସ୍ପର୍ଶ ହସ୍ପିଟାଲ୍ସ୍ ଗ୍ରୁପର ମୁଖ୍ୟ ପରିଚାଳନା ଅଧ୍ୟକ୍ଷ ଡ଼ା. ପ୍ରିୟବ୍ରତ ଧୀରଙ୍କ ସ୍ପର୍ଶ ହସ୍ପିଟାଲ୍ ଏକ ମିଳିତ ବର୍ଣ୍ଣଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରିଥିଲେ ।

ଏହି ଅବସରରେ ସେବିକାମାନଙ୍କର ତ୍ୟାଗପୂତ ସେବା ସଂପର୍କରେ ସ୍ମୃତିଚାରଣ ସହିତ ସେବିକାମାନେ କିପରି ରୋଗୀମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେଇପାରିବେ ସେ ବିଷୟରେ ଆଲୋକପାତ କରାଯାଇଥିଲା । ସେବିକାମାନଙ୍କ ରୋଗୀକଲ୍ୟାଣ ସେବାକୁ ପ୍ରୋସାହିତ କରିବା ପାଇଁ ନିର୍ମଳା ଟ୍ରଷ୍ଟର ପ୍ରତିଷ୍ଠାତା ନୃସିଂହ ଚରଣ ଧୀର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ, ବିତ୍ତୀୟ ଅଧିକାରୀ ସି.ଏ. ବିଧୁ ଭୂଷଣ ନାୟକ, ମସ୍ତିଷ୍କ ଏବଂ କର୍ଣ୍ଣ-ନାସା-ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡ଼ା. ରାଜେଶ କୁମାର ପାଢ଼ୀ, ସ୍ପର୍ଶ ହସ୍ପିଟାଲ୍ସ୍ ଗ୍ରୁପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ା. ଅନୁଜ କୁମାର ତିୱାରୀ, କଣ୍ଟାବାଡ଼ ହସ୍ପିଟାଲର ଅଧିକ୍ଷକ ଡ଼ା. ମଦନ ମୋହୋନ ଦତ୍ତ, କଣ୍ଟାବାଡ଼ ହସ୍ପିଟାଲର କାର୍ଯ୍ୟ ସଂପାଦକ ଶରତ ଚନ୍ଦ୍ର ଭଞ୍ଜ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ବରିଷ୍ଠ ସାରସ୍ୱତ ସାଧକ ଡ଼ା. ଦିବାକର ମାନସିଂହ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ସହିତ ହସ୍ପିଟାଲର ବରିଷ୍ଠ ଡାକ୍ତର ଯୋଗଦେଇ ସେବିକାମାନେ ଆବଶ୍ୟକତା ଓ ସେମାନଙ୍କର ସେବା ମନୋବୃତ୍ତିର କି ରି ଉନ୍ନତି କରିବେ ସେହି ବିଷୟବସ୍ତୁ ଉପରେ ଆଲୋଚନା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଥିଲା । ଶେଷରେ ଡ଼ା. ଦେବାଶିଷ ଦାସ ଏବଂ ସଂଚୟୀତା ଜେନା ସେବିକାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।