‘ମସଜିଦ୍ ଭିତରେ ତ୍ରିଶୂଳ କ’ଣ କରୁଛି’ ? ଜ୍ଞାନବାପୀ ପ୍ରସଙ୍ଗରେ ଏଭଳି ପ୍ରଶ୍ନ ଉଠାଇଲେ ଯୋଗୀ

483

କନକ ବ୍ୟୁରୋ: ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ତ୍ରିଶୂଳ କ’ଣ କରୁଛି ବୋଲି ଆଜି ଏକ ସାକ୍ଷାତକାରରେ ଜ୍ଞାନବାପୀ ମସ୍‌ଜିଦ୍‌ ମାମଲା ବିଷୟରେ କହିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଜ୍ଞାନବାପୀ ମାମଲାରେ ହିନ୍ଦୁ ଓ ମୁସଲ୍‌ମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଚାଲିଥିବା ବ‌େଳେ ଆଦିତ୍ୟନାଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଐତିହାସିକ ଭୁଲ୍‌ ସୁଧାରିବା ଲାଗି ମୁସଲ୍‌ମାନ୍‌ ଆବେଦନକାରୀମାନେ ଆଗେଇ ଆସନ୍ତୁ। ଗଣମାଧ୍ୟମର ଏକ ସାକ୍ଷାତକାରରେ ଯୋଗୀ କହିଛନ୍ତି ଯେ, , ସରକାର ଦୀର୍ଘ ଦିନରୁ ଚାଲି ଆସିଥିବା ଏହି ବିବାଦର ସମାଧାନ ଚାହୁଁଛନ୍ତି । ଜ୍ଞାନବାପୀକୁ ଯଦି ଆମେ ମସ୍‌ଜିଦ୍‌ ବୋଲି କହିବା, ତେବେ ବିବାଦ ହେବ । ହେଲେ ଜ୍ଞାନବାପି ଭିତରେ ତ୍ରିଶୂଳ କ’ଣ କରୁଛି ଲୋକେ ତର୍ଜମା କରିବା ଉଚିତ। ହିନ୍ଦୁମାନେ ସେଠାରେ ତ୍ରିଶୂଳ ରଖି ନାହାନ୍ତି। ସେଠାରେ ଗୋଟାଏ ଜ୍ୟୋର୍ତିଲିଙ୍ଗ ଓ ଦେବାଦେବୀମାନେ ଅଛନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି।