ରାଜ୍ୟସଭା ନିର୍ବାଚନ: ୮ ଆସନରେ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ । ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତରେ ନାମାଙ୍କନ ।

107

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ୧୧ ରାଜ୍ୟସଭା ଆସନ ପାଇଁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ନିଜର ୮ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଦଳର ସମସ୍ତ ୮ ପ୍ରାର୍ଥୀ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଦାସ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନାଗର, ବାବୁରାମ ନିଷାଦ, ଦର୍ଶନା ସିଂହ, ସଙ୍ଗୀତା ଯାଦବ, ମିଥିଲେଶ କୁମାର ଏବଂ ଆର କେ ଲକ୍ଷ୍ମଣ ବିଧାନସଭାରେ କେନ୍ଦ୍ରୀୟ ହଲରେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମଙ୍ଗଳବାର ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ସମସ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।


ନାମାଙ୍କନପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଏବଂ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।