କାଳବୈଶାଖୀର ତାଣ୍ଡବ : କୁଆପଥର ମାଡରେ ଫସଲ ନଷ୍ଟ; ଚାଷୀ ମୁଣ୍ଡରେ ଚଡକ

163

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ଘଡଘଡି ସହ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟିରୁ ନେଇ ବଡ ବଡ ଗଛ ସବୁ ଉପୁଡି ପଡୁଛି । ସେହିଭଳି ସବୁଠୁ ବଡ କ୍ଷତିରେ ପଡିଛି ବରଗଡ ଅତାବିରାର ବିଭିନ୍ନ ଅଞ୍ଚଳର ଚାଷୀ । କାଳବୈଶାଖୀ ପ୍ରଭାବରେ ଚାଷୀର ବହୁ କ୍ଷତି ହୋଇଛି । ବର୍ଷା ସହ କୁଆପଥର ମାଡରେ ଉଜୁଡି ଯାଇଛି ଫସଲ । ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଇଛି । ତା ସହିତ ବିଭିନ ପନିପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ ।