ଅସ୍ତରଙ୍ଗର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା : ଅସହ୍ୟ ଗରମରୁ ଆଶ୍ୱସ୍ତି ହେଲେ ସମୁଦ୍ରକୂଳିଆ ଲୋକ

89

କନକ ବ୍ୟୁରୋ : ପ୍ରଚଣ୍ଡ ରୌଦ୍ର ତାପରୁ ମିଳିଛି ଆଶ୍ୱସ୍ତି । କିଛି ଦିନ ଧରି ଗରମ ଗୁଳୁଗୁଳି ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି । ସେହିଭଳି ଅସ୍ତରଙ୍ଗ ଅଞ୍ଚଳରେ ପଶ୍ଚିମା ଝଡ ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବର୍ଷା ଜୋର ହୋଇଛି । ବର୍ଷା ଘଡଘଡି ସହ ପବନ ଜୋରରେ ବହୁଛି । ତେବେ ଏହି ବର୍ଷା ଯୋଗୁ ସମୁଦ୍ରକୂଳିଆ ଲୋକଙ୍କୁ ଅସହ୍ୟ ଗରମୁ ମୁକ୍ତି ମିଳିବା ସହ ଆଶ୍ୱସ୍ତି ହୋଇଛନ୍ତି ଲୋକେ । ସକାଳୁ ପ୍ରାୟ ଘଣ୍ଟାଏ ହେଲା ବର୍ଷା ଓ ପବନ ଜାରି ରହିଛି ।