ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିଜେଡ଼ିର ରାଜ୍ୟବ୍ୟାପୀ ବିକ୍ଷୋଭ । ଅର୍ଚ୍ଚନା ନାଗ ମାମଲାରେ ବିଜେପିରେ ନବୀନ ନିବାସ ଘେରାଉ

158

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ଚାଷୀଙ୍କୁ ହତାଦର କରାଯାଉଥିବା ଅଭିଯୋଗରେ ବିଜେଡିର ବିକ୍ଷୋଭ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନର ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଛି ।

ଦଳ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଂଚିତ କରି ବୀମା କମ୍ପାନୀଗୁଡ଼ିକ ସମୟ ଗଡାଇ ଚାଲିଛନ୍ତି । ଯେଉଁଥିପାଇଁ ରାଜ୍ୟର ଗରିବ ଚାଷୀମାନେ ୫ ଶହ କୋଟି ଟଙ୍କାର ବକେୟା ବୀମା ରାଶି ନପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୮ରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାକୁ ପ୍ରତିବାଦ କରି ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି ।

ଅନ୍ୟପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଜି ନବୀନ ନିବାସ ଘେରାଉ କରିବ ବିଜେପି । ବିଜେପି ବି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ଦାବି କରିଛି । ଦଳ ଦାବି କରିଛି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ । ସରକାର ଜାଣିଶୁଣି ଦୋଷୀକୁ ଘଂଟ ଘୋଡାଉଛନ୍ତି । ଏହାକୁ ନେଇ ବିଜେପି ନବୀନ ନିବାସ ଘେରାଉ କରିବ ବୋଲି ଘୋଷଣା କରିଛି । ମୁଖ୍ୟମନ୍ତ୍ରୀଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠାଇବା ପାଇଁ ଏହି ପ୍ରତିବାଦ ବୋଲି ବିଜେପି କହିଛି । ସମୀର ଦାସ, ସୂର୍ୟ୍ୟ ପାତ୍ର, ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ରଙ୍କର ଅର୍ଚ୍ଚନା ନାଗ ଗୋଟିଏ ପୋଷ୍ଟରରେ ଥାଇ ଏକ ହୋଡ଼ିଂ ତିଆରି କରିଛି ଦଳ । ତେବେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମଧ୍ୟ ପ୍ରଭାବଶାଳୀ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଦାବି କରିଛି ।