ଅନଲକ୍ ହେଲା ରାହୁଲ ଗାନ୍ଧୀଙ୍କ ଟ୍ୱିଟର, ଦିଲ୍ଲୀ ନାବାଳିକା ହତ୍ୟା ମାମଲାର ଫଟୋ ସେୟାର କରିବା ପରେ ହୋଇଥିଲା ଲକ୍

149

କନକ ବ୍ୟୁରୋ : ଟ୍ୱିଟର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ରାହୁଲ ଗାନ୍ଧୀ ଦିଲ୍ଲୀର କେଣ୍ଟ ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ପିଡୀତାଙ୍କ ପରିବାର ସହ ଫଟୋ ସେୟାର କରିବା ପରେ ଟ୍ୱିଟର ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଲକ କରାଯାଇଥିଲା । କେବଳ ରାହୁଲ ଗାନ୍ଧୀ ନୁହନ୍ତି କଂଗ୍ରେସର ଅନ୍ୟ କିଛି ନେତାଙ୍କର ଟ୍ୱିଟର ଆକାଉଣ୍ଟକୁ ବି ଲକ୍ କରାଯାଇଥିଲା । ଏହାକୁ ନେଇ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ କହିଥିଲେ କି ଭାରତରେ ଟ୍ୱିଟର ସେବା ଯୋଗାଇବା ପରିବେର୍ତ୍ତ ଅଧିକ ରାଜନୀତିରେ ଧ୍ୟାନ ଦେଉଛି ।

ଆଜି କଂଗ୍ରେସ ପକ୍ଷରୁ କୁହାଯାଇଛି କି ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର କିଛି ନେତାଙ୍କ ଲକ ହୋଇଥିବା ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ପକ୍ଷରୁ ସଚଳ କରାଯାଇଛି । ଅନ୍ୟପଟେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା କି ଜଣେ ଦୁଷ୍କର୍ମ ପିଡୀତାଙ୍କ ପରିବାର ସହ ଫଟୋକୁ ସେୟାର କରିବା ସୋସିଆଲ ମଡିଆ ଆଇନର ଉଲଙ୍ଘନ ।

ସେପଟେ ଏକ ୟୁଟ୍ୟୁବ ଭିଡିଓରେ ରାହୁଲ ଗାନ୍ଧୀ ଟ୍ୱିଟର କମ୍ପାନୀ ଉପରେ ଅଭିଯୋଗ ଆଣି କହିଥିଲେ କି ଆକାଉଣ୍ଟ ଲକ କରିବା ଟ୍ୱିଟରର ଏକ ଖେଳ । ମାଇକ୍ରୋ ବ୍ଲଗିଂ ସାଇଟ ଏବେ ନିରପେକ୍ଷ ହୋଇ ନାହିଁ । ସେମାନେ ସରକାରଙ୍କ ଇଙ୍ଗୀତରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଆକାଉଣ୍ଟ ଲକ୍ ହେବା ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ଅପମାନ ବୋଲି ସେ କହିଥିଲେ ।