ଅପରେସନ ଚେମ୍ବରମେଡ୍ – ୩, ଜାଣନ୍ତୁ ଏହା ପଛର କାରଣ କଣ ରହିଥିଲା

94

କନକବ୍ୟୁରୋ:ଆବୁ ତା ଆରଦିନ ଟଙ୍କା ନେଇ ହିନ୍ଦାବୀକୁ ଦିଏ ଏବଂ ତା ବଦଳରେ ତା କାନରେ ଫୁସଫୁସ ହେଇ କିଛି କୁହେ , ଶୁଣିକି ହିନ୍ଦାବୀ ଚମକି ଉଠେ କିନ୍ତୁ ଜାଣିଥଏ ଯେ ଅବୁ କହୁଥିବା କାମ କରିବା ଛଡ଼ା ତା ପାଖେ ଆଉ ବାଟ ନାହିଁ

ତା ପରଦିନ ହିଲଟନ ବାରରେ ମେରୀ ଓ ହିନ୍ଦାବୀ ସାମ୍ନାସାମ୍ନୀ ହେଇ ବସିଥାନ୍ତି  ।

ଶୁଣ ଡାର୍ଲିଂ ଆମ ବାହାଘରରେ କିଛି ଅସୁବିଧା ନାହିଁ ଖାଲି ଗୋଟେ ଛୋଟ କାମଟେ ଅଛି  ।

କଣ କୁହ ?

ବିବାହ ପୂର୍ବରୁ ଆମକୁ ମୋ ବାପା ମା’ ଙ୍କ ଆଶୀର୍ବାଦ ନେବାକୁ ପଡିବ, ତମେ ତ ଜାଣିଛ ମୁଁ ସେମାନଙ୍କୁ କେତେ ଭଲ ପାଏ କେତେ କଷ୍ଟରେ ସେମାନେ ମୋତେ ଏତେ ବଡ କରିଛନ୍ତି ତାଙ୍କୁ ନଜଣାଇ ବାହା ହେଇଯିବା ନିହାତି ଅବିବେକୀ କାମ ହେବ, ମୋର ଏଠି ଗୋଟେ ବହୁତ ବଡ ଆସାଇନମେଣ୍ଟ ଅଛି ଏବେ କିଛିଦିନ ପାଇଁ ମୁଁ କୁଆଡେ ଯାଇ ପରିବିନି ଯଦି ତୁମେ ଯାଇ ତାଙ୍କୁ ଭେଟି ଆଶୀର୍ବାଦ ନେଇ ଆସିବ ତେବେ ମୋ ମୁଣ୍ଡରୁ ଗୋଟେ ବଡ ବୋଝ ହାଲକା ହେଇଯିବ   ।

ହଉ ତେବେ ଠିକ ଅଛି , ଆମ ପ୍ରେମ ପାଇଁ ମୁଁ କଣ ଏତିକି କରି ପାରିବିନି  ।

ତା ପରଦିନ ହିନ୍ଦାବୀ ମେରୀକୁ ଟଙ୍କାଭର୍ତ୍ତି ଲଫାଫା ଓ ଗୋଟେ ଫ୍ଲାଇଟ ଟିକେଟ ଦେଇ କୁହେ ଏ ଟଙ୍କା ଆଉ ଟିକେଟ ରଖ, ତିନିଦିନ ପରେ EL-ALର ଗୋଟେ ଫ୍ଲାଇଟ ଟ୍ରିପୋଲି ଯିବ ଭାୟା ଜେରୁଜେଲମରେ ଦେଇ, ରାତି ୧୦ଟା ସୁଦ୍ଧା ତୁମେ ପହଞ୍ଚିଯିବ , ତମର କିଛି ଅସୁବିଧା ହେବନି, ମୋ ଭାଇ ତୁମକୁ ଆସି ନେଇଯିବ, ଫେରିବା ଟିକେଟ ବି କରି ଦେଇଛି ତମେ ସେଠି ବୁଲାବୁଲି କରି ସାତଦିନ ପରେ ଫେରି ଆସିବ  ।

୧୭ ଏପ୍ରିଲ ୧୯୮୫

ସକାଳ ୯ ଟା

ହିନ୍ଦାବୀ ଓ ମେରୀ ଟାକସିରେ ବସି ଏୟାରପୋର୍ଟ ଅଭିମୁଖେ ବାହାରିଯାନ୍ତି

ବାଟରେ ହିନ୍ଦାବୀ କୁହେ ‘ମୋର ଗୋଟେ ସାଙ୍ଗ ଏୟାରପୋର୍ଟରେ କାମ କରୁଛି ସିଏ ଗାଁ କୁ ବହୁତ ଦିନ ହେବ ଯାଇନି ତାଙ୍କ ଘର ପାଇଁ କଣ ଜିନିଷ ପଠେଇବ ତମେ ଟିକେ ସେଇଟା ନେଇଯିବ ତାଙ୍କ ଘରଲୋକ ଆସି ତୁମଠୁ ନେଇଯିବେ’  ।

ଲଣ୍ଡନ ଏୟାରପୋର୍ଟ

ଟାକସି ଆସି ପହଞ୍ଚି ଯାଏ

ବିମାନ ସମୟ ହେଇ ସାରିଥାଏ

ପାସପୋର୍ଟ କଣ୍ଟ୍ରୋଲ ଓ ସିକ୍ଯୁରିଟି ଏରିଆ ଅତିକ୍ରମ କରି ଯାଇ ଅପେକ୍ଷା କରିବା ସ୍ଥାନରେ ମେରୀ ବସିଥାଏ

ଏହି ସମୟରେ ଏୟାରପୋର୍ଟ ଅଫିସିଆଲ ଉନିଫର୍ମ ପିନ୍ଧି ଜଣେ ବ୍ୟକ୍ତି ଆସି ଏକ ବ୍ୟାଗ ଦେଇ କୁହେ ହିନ୍ଦାବୀ ମୋ କଥା ଆପଣଙ୍କୁ କହିଥିଲା , ଏଇ ବ୍ୟାଗଟା ନିଅନ୍ତୁ , ସେଠି ମୋର ଭାଇ ଆସି ନେଇଯିବ  ।

ବ୍ୟାଗ ଦେଇସାରି ସେ ଲୋକ ସଙ୍ଗେସଙ୍ଗେ ଚାଲିଯାଏ  ।

ପ୍ଳେନ ଡିପାର୍ଚାର ଘୋଷଣା ଶୁଣି ନିଜର ସମସ୍ତ ଲଗେଜ ଧରି କାଉଣ୍ଟର ଆଡକୁ ଆଗକୁ ବଢେ ମେରୀ

ଇସ୍ରାଏଲି ଅଧିକାରୀଙ୍କୁ ନିଜର ପାସପୋର୍ଟ ଓ ଟିକେଟ ଦେଖାଇ ଡିପାର୍ଚାର ଲାଉଞ୍ଜ ଆଡକୁ ଯାଏ , ଇସ୍ରାଏଲି ଅଧିକାରୀ ତାର ଟିକେଟ ଓ ପାସପୋର୍ଟ ଚେକ କରି ତାକୁ ଗୋଟେ ରସିଦ ଦିଅନ୍ତି  ।

ଜିନିଷପତ୍ର ସବୁ ସ୍କାନରରେ ପୁରାଇ ମେରୀ ଅପେକ୍ଷା କରିଥିବା ସମୟରେ ହଠାତ ପାଞ୍ଚ ଜଣ ପୋଲିସ ଆସି ମେରୀକୁ ଘେରି ଯାଆନ୍ତି ଓ ବନ୍ଧୁକ ଦେଖାଇ ଏୟାରପୋର୍ଟ ସଂଲଗ୍ନ ଏକ ରୁମ ଭିତରକୁ ନେଇ ପଚରାଉଚୁରା କରନ୍ତି  ।

ଏମିତ ହଠାତ ପୋଲିସ ଓ ତାକୁ ଆରେଷ୍ଟ କରିବା ଦେଖି ମେରୀ ହତଚମ୍ବିତ ହେଇ ଯାଇଥାଏ  ।

ପାଟିରୁ କଥା ବାହାରୁ ନଥାଏ

ପୋଲିସ ପଚାରୁଥାନ୍ତି

ତୁମେ କାହା ପାଇଁ କାମ କରୁଛ ??

ତମ ସହ କିଏ କିଏ ଅଛନ୍ତି ??

ଆଗରୁ ଏମିତି କାମ କୋଉଠି କୋଉଠି କରିଛ ସତ କୁହ ?

ସେମାନଙ୍କ ପ୍ରଶ୍ନବାଣରେ ଅତିଷ୍ଟ ହୋଇ ମେରୀ କହିଲା ଆଜ୍ଞା ଆପଣ କଣ କହୁଛନ୍ତି ମୁଁ କିଛି ଜାଣିନି !!

କିଛି ଜାଣିନ ଆଉ ତୁମ ବ୍ୟାଗ ଭିତରେ ୩ କିଲୋ ବିସ୍ପୋରକ କୁଆଡୁ ଆସିଲା ???

ବିସ୍ପୋରକ !!

ମେରୀ ଚମକି ପଡିଲା

ଅସଲରେ ସେ କର୍ମଚାରୀ ଦେଇଥିବା ବ୍ୟାଗ ଭିତରେ ହିଁ ବିସ୍ପୋରକ ଥିଲା  ।

କିଛି ସମୟ ପଚରାଉଚୁରା ଭିତରେ ପୋଲିସ ଜାଣି ସାରିଥିଲା କି ମେରୀ ଏ ବିଷୟରେ କିଛି ଜାଣିନି , ସେମାନେ ହିନ୍ଦବିକୁ ଟ୍ରେସ କରିବା ଆରମ୍ଭ କରିଦେଲେ  ।

ଏୟାରପୋର୍ଟରୁ ଫେରି ହିନ୍ଦାବୀ ଅଚିନ୍ତାରେ ହିଲଟନ ହୋଟେଲରେ ବସି ବିଅର ପିଉଥାଏ  ।

ମେରୀର ସୂଚନା ଅନୁସାରେ ସ୍କଟଲାଣ୍ଡ ପୋଲିସର ଏକ ଦଳ ଯାଇ ତାକୁ ମାଡି ବସନ୍ତି  ।

ତା ପରଦିନ ସମଗ୍ର ଇଉରୋପରେ ହଇଚଇ ସୃଷ୍ଟି ହେଇଯାଏ  ।

ବ୍ରେକିଙ୍ଗ ନ୍ଯୁଜ ଥିଲା ‘ଇସ୍ରାଏଲ ଯାଉଥିବା AT-425 ପ୍ଳେନରୁ ତିନିକିଲୋ ବିସ୍ଫୋଟକ ଜବତ, ଏ ଘଟଣାରେ ଦୁଇ ଜଣ PLO ଆତଙ୍କବାଦୀ ଗିରଫ , ସେମାନଙ୍କ ଭିତରେ ଜଣେ ଆୟର୍ଲାଣ୍ଡର ଯୁବତୀ ମଧ୍ୟ ଅଛି , ଯଦି ସେମାନେ ତାଙ୍କ କାମରେ ସଫଳ ହୋଇଥାନ୍ତେ ତେବେ 350 ଯାତ୍ରୀଙ୍କ ସହ 18 ଜଣ ବିମାନ କର୍ମଚାରୀ ମହାଶୂନ୍ୟରେ ଜଳି ଯାଇଥାନ୍ତେ  ।

ମୋସାଦର ପ୍ଳାନ ଅନୁସାରେ ଏ ଘଟଣାରେ ହିନ୍ଦାବୀ ଫସିଯାଏ ଓ ଏହା PLO ର କାର୍ଯ୍ୟ ବୋଲି ଗଣାହୁଏ ।

ଏ ଘଟଣାର ଏକ ସପ୍ତାହ ପରେ ଇଁଲାଣ୍ଡର ରାଣୀ ଏଲିଜାବେଥ ଲଣ୍ଡନ ସ୍ଥିତ ସିରିଆ ଦୂତାବାସକୁ ବନ୍ଦ କରିବାକୁ ଆଦେଶ ଦିଅନ୍ତୁ ଏବଂ ତାହାର ସମସ୍ତ କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡି ଚାଲିଯିବାକୁ ନିର୍ଦେଶ ଦିଅନ୍ତି ।

ଇଂଲଣ୍ଡ ଦେଖାଦେଖି ଆମେରିକା ଓ କାନାଡା ତୁରନ୍ତ ତାଙ୍କ ଦେଶରେ ଥିବା ସିରିଆ ଦୂତାବାସକୁ ବନ୍ଦ କରି ଦିଅନ୍ତି ।

ଏହାପରେ ଇଉରୋପର କିଛି ଦେଶ ମଧ୍ୟ ସେହିଭଳି ସମାନ ପଦକ୍ଷେପ ନିଅନ୍ତି ।

ଅକ୍ଟୋବର ୭, ୧୯୮୬

ହିନ୍ଦାବୀ ବିରୋଧରେ ଲଣ୍ଡନର ଏକ କ୍ରୀମିନାଲ କୋର୍ଟରେ ବିଚାର ଚାଲେ , ବିଚାରପତି ୱିଲିୟମ ମାସ ଜୋନ୍ସ ସବୁ ପକ୍ଷ ଦଲିଲ ଶୁଣି ହିନ୍ଦାବିକୁ ୪୫ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ଦିଅନ୍ତି ଯାହା ବ୍ରିଟେନ ଇତିହାସରେ ସବୁଠୁ ଅଧିକ ଲମ୍ବ ଜେଲଦଣ୍ଡ ବୋଲି ଗଣା ହୁଏ ।

କୋର୍ଟରୁମରେ ମେରୀ ହିନ୍ଦାବୀକୁ ଦେଖି ଚିତ୍କାର କରି କୁହେ ତୋ ପରି ବିଶ୍ଵାସଘାତକ ଲୋକ ମୁଁ ଜୀବନରେ ଦେଖିନି , ତୋ ସହ ଦେଖା ହେବା ମୋ ଜୀବନର ସବୁଠୁ ବଡ ଦୁର୍ଘଟଣା , ବେଈମାନ୍ ମୁଁ ତୋତେ ଘୃଣା କରେ  ।

ମେରୀ ନିର୍ଦୋଷରେ ଖଲାସ ହୁଏ ।

ସେ ଘଟଣାରେ ମର୍ମାହତ ହୋଇ ମେରୀ ଆୟର୍ଲାଣ୍ଡ ନିଜ ଘରକୁ ଫେରିଯାଏ ଯେଉଁଠି ସେ ଏକ ସୁନ୍ଦର କନ୍ୟା ସନ୍ତାନକୁ ଜନ୍ମ ଦିଏ ।

୧୯୯୮ ରେ ଦେଇଥିବା ସାକ୍ଷାତକାର ସମୟରେ ମେରୀ କୁହେ ଯା ହେଉ ମୋ ଝିଅର ମୁହଁ ଟିକେ ବି ତା ବାପା ସହ ମିଶୁନି ।