ରାଜଧାନୀରେ ଗଛକଟାକୁ ବିରୋଧ। ଦାୟାର ହେଲା ଏଫଆଇଆର ।

82

କନକ ବ୍ୟୁରୋ: ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ଗଛ କଟାଯିବାକୁ ନେଇ ଭିତରେ ଭିତରେ ଅସନ୍ତୋଷ କୁହୁଳୁଥିବାବେଳେ, ଆରମ୍ଭ ହୋଇଛି ବିରୋଧ । ମହାନଦୀ ବଂଚାଅ ଆନ୍ଦୋଳନର କର୍ମକର୍ତାମାନେ ଘଟଣାସ୍ଥଳକୁ ଯାଇ ଗଛ କଟାକୁ ବିରୋଧ କରିଛନ୍ତି । ଗଛ କାଟୁଥିବା ଲୋକଙ୍କ ଆଉ ଗଛ ନକାଟିବାକୁ କହିଛନ୍ତି । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଫୋନ ଯୋଗେ କଥା ହୋଇ ଗଛ ନକାଟିବାକୁ ଅନୁରୋଧ କରିଛନ୍ତି ।
ଏଥିସହ ଗଛକଟା ବନ୍ଦ ନହେଲେ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ବିକାଶ ନାଁରେ ଭୁବନେଶ୍ୱରର ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କୁରାଢ଼ି ଓ କଟର ମେସିନରେ ଗଛ କଟା ଯାଉଛି । ବର୍ତମାନ ସୁଦ୍ଧା ୩ଟି ପାର୍କରେ ୩ଶହରୁ ଅଧିକ ଗଛ କଟା ସରିଲାଣି । ଏଥିରେ ବିରାଟ ବିରାଟ ଅଶ୍ୱତଥ ଗଛ ବି ରହିଛି । ଯେଉଁ ଗଛଗୁଡ଼ିକ ମଣିଷକୁ ପିଢି ପରେ ପିଢି ଛାଇଦେଇଆସୁଥିଲେ, ସେମାନେ ଏବେ ବଳି ପଡିଛନ୍ତିି । ଆଉ ଗଛ କଟା ବନ୍ଦ ନହେଲେ, ଆହୁରି ଶତାଧିକ ଗଛ ବଳି ପଡିବାର ଅଛି । ପ୍ରଶ୍ନ ଉଠୁଛି ,
– ଗଛ କାଟିବା କଣ ନିହାତି ଜରୁରୀ ଥିଲା?
– ଗଛକୁ ଅନ୍ୟତ୍ର କାହିଁକି କରାଗଲାନି ସ୍ଥାନାନ୍ତର?
– ଗଛକୁ ନକାଟି କୋଠା ନିର୍ମାଣ ପାଇଁ ବିକଳ୍ପ ସ୍ଥାନକୁ ବି ନିଆଯାଇପାରିଥାନ୍ତା

୨୦୧୯ ଫନି ବାତ୍ୟା ପରେ ଷ୍ଟୁଆର୍ଟ ସ୍କୁଲ ପାଖରେ ଥିବା ବରଗଛଟିକୁ ନକାଟି ସେତେବେଳେ ସ୍ଥାନାନ୍ତର କରାଯାଇଥିଲା । ଏବଂ ଗଛଟି ସ୍ଥାନାନ୍ତର ପରେ ବଂଚିଥିଲା । ଏଥିପାଇଁ ସରକାରଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ହେଲେ, ଏବେ ସେଭଳି ପଦକ୍ଷେପ ନେବା ବଦଳରେ ଶହ ଶହ ଗଛକୁ କାଟି ଦିଆଯିବା ସମସ୍ତଙ୍କୁ ବିଚଳିତ କରିଛି ।