ଦୀପାବଳିରେ ପୟାଶ୍ରାଦ୍ଧର ପରମ୍ପରା । ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟଙ୍କ ମତ, ବିଶ୍ୱାସ ପଛରେ ରହିଛି ବିଜ୍ଞାନ ।

182

କନକ ବ୍ୟୁରୋ: ଆଜି ଦୀପାବଳିରେ ପୟାଶ୍ରାଦ୍ଧର ପରମ୍ପରା ରହିଛି । ପିତୃଲୋକ ଉଦ୍ଦେଶ୍ୟରେ ବଡବଡିଆ ଡାକିବାର ବିଶ୍ୱାସ କାହିଁ କେଉଁ କାଳରୁ ହିନ୍ଦୁମାନଙ୍କ ପରମ୍ପରାରେ ରହିଆସିଛି । ଏଭଳି ଏକ ବିଶ୍ୱାସ ପଛରେ ବିଜ୍ଞାନ ରହିଥିବା ମଧ୍ୟ କହିଛନ୍ତି ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟ । କାରଣ ମଣିଷ ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର । ପିତୃଲୋକ ଏକ ଅନ୍ଧାରଲୋକ ହୋଇଥିବାରୁ ଆଲୋକ ଜଳାଇ ପିତୃ ପୁରୁଷଙ୍କୁ ବିଦାୟ ଦେବାର ବିଧି ରହିଥିବା ସେ ସୂଚନା ଦେଇଛନ୍ତି । ଆତ୍ମ ଜନ୍ମ ପରେ ଜନ୍ମ ନେଉଛି ଏବଂ ତାକୁ କର୍ମଫଳ ଭୋଗିବାକୁ ପଡୁଛି । ସୁଖ, ଦୁଃଖ ଭୋଗିବା ହିଁ ଏହି କର୍ମଫଳ ଏବଂ ଏହା ହିଁ ବିଜ୍ଞାନ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟ ।

  • ପୟାଶ୍ରାଦ୍ଧ ଦିଆଯାଏ କାହିଁକି?
  • ବୈଜ୍ଞାନିକଙ୍କ ପ୍ରେତ ତତ୍ତ୍ୱ

ଆଜି କାର୍ତ୍ତିକ ଅମାବାସ୍ୟ ତିଥିରେ ପୟାଶ୍ରାଦ୍ଧର ପରମ୍ପରା ରହିଛି । ପିତୃଲୋକ ଉଦ୍ଦେଶ୍ୟରେ ବଡବଡିଆ ଡାକିବାର ବିଶ୍ୱାସ କାହିଁ କେଉଁ କାଳରୁ ହିନ୍ଦୁମାନଙ୍କ ପରମ୍ପରାରେ ରହିଆସିଛି । ଯେଉଁମାନେ ବର୍ଷଯାକ ନିଜ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ପାରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରି ଶ୍ରୀମନ୍ଦିର ଆଗରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି ।ମହାଳୟା ତିଥିରେ ପିତୃଗଣଙ୍କୁ ଆବାହନ କରି ପିଣ୍ଡଦାନ କରାଯାଇଥିବାବେଳେ ଦୀପାବଳି ତିଥୀରେ ଆଲୋକ ଦେଖାଇ ବିଦାୟ ଦିଆଯାଏ । ଏଭଳି ଏକ ବିଶ୍ୱାସ ପଛରେ ବିଜ୍ଞାନ ରହିଥିବା ମଧ୍ୟ କହିଛନ୍ତି ବୁଦ୍ଧିଜୀବି ସାନ୍ତନୁ ଆଚାର୍ଯ୍ୟ । କାରଣ ମଣିଷ ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର । ପିତୃଲୋକ ଏକ ଅନ୍ଧାରଲୋକ ହୋଇଥିବାରୁ ଆଲୋକ ଜଳାଇ ପିତୃ ପୁରୁଷଙ୍କୁ ବିଦାୟ ଦେବାର ବିଧି ରହିଥିବା ସେ ସୂଚନା ଦେଇଛନ୍ତି ।

ଈଶ୍ୱରଙ୍କ ପର୍ଯ୍ୟନ୍ତ ଆତ୍ମାର ବିଭିନ୍ନ ସ୍ଥିତି ରହିଛି । ଆତ୍ମା ମଧ୍ୟ ଈଶ୍ୱରଙ୍କଠୁ ଅଭିନ୍ନ । ତେଣୁ ମଣିଷ ଭିତରେ ଈଶ୍ୱରଙ୍କ ସତ୍ତା ରହିଛି । ଶରୀର ଚାଲିଗଲେ ମଧ୍ୟ ଆତ୍ମା ରହୁଛି । ମଣିଷ ଯାହା କର୍ମ କରୁଛି ତାର ଫଳ ଆତ୍ମା ଉପରେ ଲିପିବଦ୍ଧ ହୋଇ ରହୁଛି । ଆତ୍ମ ଜନ୍ମ ପରେ ଜନ୍ମ ନେଉଛି ଏବଂ ତାକୁ କର୍ମଫଳ ଭୋଗିବାକୁ ପଡୁଛି । ସୁଖ, ଦୁଃଖ ଭୋଗିବା ହିଁ ଏହି କର୍ମଫଳ । ଏବଂ ଏହା ହିଁ ବିଜ୍ଞାନ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟ ।

ଆତ୍ମା ଅମର ବୋଲି କହିବାବେଳେ ନିଜ ଜୀବନାନୁଭୂତିକୁ ବଖାଣିଛନ୍ତି ଶାନ୍ତନୁ ଆଚାର୍ଯ୍ୟ । ସେ ନିଜେ ଆତ୍ମାର ଉପସ୍ଥିତିକୁ ଅନୁଭବ କରିଛନ୍ତି । ଅନେକ ଗବେଷଣା ମଧ୍ୟ କରିଛନ୍ତି । ତେଣୁ ପୟାଶ୍ରାଦ୍ଧରେ ପିତୃ ପୁରୁଷଙ୍କ ଆବାହନ କରିବାର ପରମ୍ପରା ଅନ୍ଧବିଶ୍ୱାସ ନୁହେଁ ବୋଲି ସେ ଜୋର ଦେଇ କହିଛନ୍ତି । ତେଣୁ ହିନ୍ଦୁ ଧର୍ମରେ ଥିବା ଏହି ବିଶ୍ୱାସ ଆଧାରରେ ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ କାର୍ତ୍ତିକ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ତିଥୀ ରୂପରେ ବିବେଚନା କରାଯାଏ ।

ବିଶ୍ୱାସ ଅନୁସାରେ ଇହଲୋକରେ ୩୬୫ଦିନ ଅର୍ଥାତ ପିତୃଲୋକରେ ଗୋଟିଏ ଦିନ । ତେଣୁ ପୟାଶ୍ରାଦ୍ଧରେ ବଡବଡୁଆଙ୍କୁ ଯେଉଁ ଶ୍ରାଦ୍ଧ ବା ଭୋଜନ ଦିଆଯାଏ ଏହା ପିତୃଲୋକର ଗୋଟିଏ ଦିନ ହୋଇଥିବାରୁ ପୁଣି ସେମାନେ ପରଦିନ ଅର୍ଥାତ ଇହଲୋକର ୩୬୫ ଦିନରେ ଆସିଥାନ୍ତି । ଭାରତ ବର୍ଷରେ ହିନ୍ଦୁମାନଙ୍କ ଆତ୍ମାକୁ ନେଇ ବିଶ୍ୱାସ ଅନ୍ୟଦେଶ ବା ଧର୍ମରେ ନଥିବା କହିଛନ୍ତି ବୁଦ୍ଧିଜୀବୀ ଶାନ୍ତନୁ ଆଚାର୍ଯ୍ୟ ।