କେହି ଦୁର୍ଘଟଣା ଘଟାଇ ପଳାଇ ଯାଇଛି କି ? ଜାଣନ୍ତୁ କିପରି ବାହାର କରିବେ ଅଭିଯୁକ୍ତଙ୍କ ଠିକଣା

36

ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନାତା ବାର୍ତ୍ତା ମଧ୍ୟ କିଛି କାମ ଦେଉନି । ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ଯ୍ୟ କରୁଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଉଛନ୍ତି । ଆଉ ଏଥିପାଇଁ ବଞ୍ଚିବାର ସମ୍ଭାବନା ଥିଲେ ମଧ୍ୟ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ନିଜକୁ ବଞ୍ଚାଇବାକୁ ଯାଇ ଏପରି କରନ୍ତି । ଏପରିସ୍ଥଳେ ଆପଣ ଯଦି ଗାଡ଼ି ନମ୍ବର ଦେଖିନେଇଛନ୍ତି ତେବେ ଆପଣଙ୍କୁ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିର ନମ୍ବର, ଠିକଣା ସହ ଅନେକ ଜରୁରୀ ସୂଚନା ପାଇପାରିବେ ।

ଦେଶରେ ସବୁ ରାଜ୍ୟର ଟ୍ରାନ୍ସପୋର୍ଟ ୱେବସାଇଟ୍ ଥାଏ । ଏହି ୱେବସାଇଟରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରାଯାଏ । ଏଠାରେ କୌଣସି ବି ଗାଡ଼ିର ନମ୍ବର ସାହାଯ୍ୟରେ ଉକ୍ତ ଲୋକର ଠିକଣା ତଥା ସବିଶେଷ ବିବରଣୀ ସହଜରେ ଜଣାପଡ଼ିବ । ୱେବସାଇଟର ପତ୍ତା ଲଗାଇବାର ସବୁଠାରୁ ସହଜ ଉପାୟ ହେଲା ପାଇଁ ଗୁଗଲରେ Vehicle Registrationରେ ରାଜ୍ୟର ନାମ ଦିଅନ୍ତୁ । ସେଥିରେ ଯେଉଁ ଲିଙ୍କ୍ ଆସିବ ତାହା ଆପଣ ଦେଇଥିବା ରାଜ୍ୟର ଟ୍ରାନ୍ସପୋର୍ଟ ବିଷୟରେ ହିଁ ଥିବ ।

ଟ୍ରାନ୍ସପୋର୍ଟ ୱେବସାଇଟରେ ୩ ପ୍ରକାର ବିବରଣୀ ବାହର କରିବାର ଉପାୟ ଥାଏ । ଏଥିରେ ଏକ ରେଜିଷ୍ଟ୍ରେସନ୍ ନମ୍ବର, ଦ୍ୱିତୀୟ ଇଞ୍ଜିନ୍ ନମ୍ବର ଓ ତୃତୀୟଟି ହେଲା ଚେସେକ ନମ୍ବର । ଯଦି ଆପଣଙ୍କ ପାଖରେ ଏଥିରୁ ଗୋଟିଏ ବି ନମ୍ବର ଅଛି, ତେବେ ଗାଡ଼ି ଓ ତା’ସହ ଜଡ଼ିତ ସମସ୍ତ ସୂଚନା ଖୁବ ସହଜରେ ଆପଣ ପାଇପାରିବେ । ଏହି ବିବରଣୀ ସାହାଯ୍ୟରେ ଦୁର୍ଘଟଣା ଘଟାଇଥିବା ମାଲିକଙ୍କ ଘର ପର୍ଯ୍ୟନ୍ତ ଆପଣ ପହଞ୍ଚିପାରିବେ ।