ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ନିଖୋଜ ଘଟଣା । ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ ।

480

କନକ ବ୍ୟୁରୋ: ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ନିଖୋଜ ଘଟଣା । ଚିଲିକା ପାଣିରେ ଚକ୍କର କାଟୁଥିବା ବୋଟରୁ ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଡଲଫିନ ଦେଖିବାକୁ ଆଜି ଚିଲିକାକୁ ଏକ ବୋଟରେ ଯାଇଥିଲେ ୫ ଜଣ ପର୍ଯ୍ୟଟକ । ହେଲେ ବୋଟ ଚାଳକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ପାଣି ଭିତରକୁ ଖସିପଡିଥିଲେ । ଚିଲିକାର ମଗରମୁଖ ନିକଟରେ ଏହି ଅଘଟଣ ଘଟିଥିଲା । ଚାଳକ ପାଣିକୁ ଖସିପଡିବା ପରେ ବୋଟ ଚିଲିକା ଭିତରେ ଚକ୍କର କାଟି ବୁଲୁଥିଲା । ଖବର ପାଇ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଏବେ ଚିଲିକା ପାଣିରେ ନିଖୋଜ ହୋଇଯାଇଥିବା ବୋଟ୍ ଚାଳକଙ୍କୁ ଉଦ୍ଧାର ଉଦ୍ୟମ କରାଯାଉଛି । ଡଲଫିନ ମୋଟର ଆସୋସିଏସନ ବଳଭଦ୍ରପୁର ଘାଟର ଟୁରିଷ୍ଟ ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲି ନିଖୋଜ ଥିବା ସୂଚନା ମିଳିଛି ।