ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । କହିଲେ କାନ୍ଦୁଛି ମଣିପୁର, ଶୋଇଛନ୍ତି ସରକାର

201

କନକ ବ୍ୟୁରୋ : ମଣିପୁର ଗସ୍ତ ସାରି ଦିଲ୍ଲୀ ଫେରି ଆସିଛନ୍ତି ବିରୋଧୀ ମେଂଟ ପ୍ରତିନିଧିଣ୍ଡଳୀ । ଦୁଇ ଦିନ ଧରି ମଣିପୁରର କିଛି ହିଂସା ପ୍ରଭାବିତ ଅଂଚଳରେ ପହଁଚି ସ୍ଥିତି ସମୀକ୍ଷା କରିବା ସହ ପୀଡିତଙ୍କୁ ସେମାନେ ଭେଟିଥିଲେ । ପରେ ଇମ୍ପାଲରେ ପହଁଚି ମଣିପୁର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ବିରୋଧୀ । ଦିଲ୍ଲୀ ଫେରିବା ପରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ସୋମବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରି ମଣିପୁର ସ୍ଥିିତି ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଥିସହ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବା ସହ ସର୍ବଦଳୀୟ ଟିମ୍ ମଣିପୁର ଯାଇ ସେଠାକାର ସ୍ଥିତିକୁ ସମୀକ୍ଷା କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ଏଥିସହ ବିରୋଧୀ କହିଛନ୍ତି ସଂସଦରେ ସରକାରଙ୍କୁ ତଥ୍ୟ ଦେବୁ ଓ ମଣିପୁର ପ୍ରସଙ୍ଗରେ ଉଚିତ ପଦକ୍ଷେପ ନେବାକୁ ଦାବି କରିବୁ ।

ମଣିପୁରରୁ ଫେରିବା ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ସେପଟେ ସରକାର ମଧ୍ୟ ଜବାବ ରଖିଛନ୍ତି । ମଣିପୁର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ଉପରେ ରାଜନୀତି କରିବା ଅନୁଚିତ ବୋଲି ବିଜେପିି ସରକାର କହିଛନ୍ତି । ସରକାର ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ତଥାପି ବିରୋଧୀ ଜାଣିଶୁଶି ହଟ୍ଟଗୋଳ କରୁଛନ୍ତି, ଚର୍ଚ୍ଚା ଚାହୁଁନଥିବା କେନ୍ଦ୍ର ସରକାର କହିଛନ୍ତି । ମୌସୁମୀ ଅଧିବେଶନ ୯ଦିନରେ ମଧ୍ୟ ସୁରୁଖୁରରେ ଚାଲିପାରିନି ସଂସଦର ଉଭୟ ଗୃହ ।

ବିରୋଧୀ କହିଛନ୍ତି ରାଜ୍ୟରେ ୬୦ ହଜାର ଲୋକ ବିସ୍ଥାପିତ, ରିଲିଫ କ୍ୟାମ୍ପରେ ଦୁର୍ବିସହ ଜୀବନ । ଅନିଶ୍ଚିତ କାଳ କାଟୁଛନ୍ତି ହିଂସା ପୀଡିତ । ତଥାପି କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସରକାରଙ୍କ ଅବହେଳା ପାଇଁ ୩ମାସ ହେବ ମଣିପୁର ଜଳୁଛି । । ଏଥିସହ ଗ୍ରାଉଣ୍ଡଜିରୋରେ ସ୍ଥିିତି ସମୀକ୍ଷା ପରେ ସଂସଦରେ ସରକାରଙ୍କୁ ଘେରିବାକୁ ବିରୋଧୀ ମାଷ୍ଟରପ୍ଲାନ କରିବା ସମ୍ଭାବନା ରହିଛି ।