ଲଗାଣ ବର୍ଷା ଯୋଗୁଁ ବ୍ରାଜିଲରେ ବନ୍ୟା ବିଭିଷିକା । ୫୬ ଜଣଙ୍କ ଗଲାଣୀ ଜୀବନ, ଶହେ ରୁ ଅଧିକ ନିଖୋଜ ।

117

କନକ ବ୍ୟୁରୋ: ବ୍ରାଜିଲର କୋଷ୍ଟାଲ ନର୍ଥ କୋରଲିନା ସହରର ବନ୍ୟା ବୁଡିଲା । ପ୍ରବଳ ବର୍ଷା ଯୋଗୁଁ ଦେଶରେ ବନ୍ୟା ସୃଷ୍ଟି ହୋଇଛି । ରାସ୍ତାଘାଟ ଘର ଦ୍ୱାରା ଯୁଆଡେ ଦେଖିଲେ ଖାଲି ପାଣି ଓ ପାଣି । ପ୍ରବଳ ବର୍ଷା ଯୋଗୁଁ ଅନେକ ପୋଲ ଭାସି ଯାଇଛି । ରାସ୍ତା ଉପରେ ମାଡି ଅତଡା ଖସିବାରୁ ଜାମ ସଡକ ମଧ୍ୟ ଜାମ ହୋଇଛି । ବନ୍ୟା ପାଣିରେ ବୁଡିଛି ଶହ ଶହ ଘର । ୨ଦିନ ଧରି ଚାଲିଥିବା ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଛି ଉତରପୂର୍ବ ବ୍ରାଜିଲର ଅନେକ ସହରର । ପ୍ରବଳ ବର୍ଷା କାରଣରୁ ଉତରପୂର୍ବ ବ୍ରାଜିଲର ଅନେକ ସହରର ମାନଚିତ୍ର ବଦଳିଯାଇଛି ।

ଦୁଇଦିନ ଭିତରେ ଏଠାରେ ହାହାକାରସ୍ଥିତି ଉପୁଜିଛି । ଗୋଟେ ପଟେ ବନ୍ୟା ଅନ୍ୟପଟେ ଭୁସ୍କଳନ । ଦୁଇଟି ବିପତି ଭିତରେ ଅନେକ ଘର ମାଟିରେ ମିଶିବା ସହ ସହର ଗୁଡିକରେ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । କୋଷ୍ଟାଲ ଜର୍ଜିଆ, ଫ୍ଲୋରିଡା, ଠମ୍ପା, ସାନ ଜାକ୍ୱିନ, କୋଷ୍ଟାଲ ନର୍ଥ କୋରଲିନା ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛି । ବନ୍ୟା ଓ ଭୁସ୍କଳନରେ ଏବେ ସୁଦ୍ଧା ୫୬ ଜଣଙ୍କହ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପନରଂବୁକୋ ସହର । ବନ୍ୟା ପ୍ରଭାବରେ କେବଳ ଏହି ସହରରୁ ୩୫ଜଣଙ୍କ ପ୍ରାଣହାନି ହୋଇଛି ।

ବ୍ରାଜିଲରେ ଲଗାଣବର୍ଷା କେବଳ ବନ୍ୟା ବିପତି ଆଣିନି ବଂର ବୋଝ ଉପରେ ନଳିତା ବିଡା ସାଜି ବଡ ଧରଣର ଭୁସ୍କଳନ ମଧ୍ୟ ହେଉଛି । ବନ୍ୟାପ୍ରଭାବିତ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ମୋଟ ୩୨ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଥିବା ଜଣାପଡିଛି ।