ବାରଣାସୀରୁ ତୃତୀୟ ଥର ଲଢ଼ିବେ ମୋଦୀ । ଏନଡିଏର ଶକ୍ତି ପଦର୍ଶନ । ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦାଖଲ କଲେ ପ୍ରାର୍ଥୀପତ୍ର ।

51

କନକବ୍ୟୁରୋ : ବାରଣାସୀ ଲୋକସଭା ଆସନରୁ ତୃତୀୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରମୁଖ ନାମାଙ୍କନ ଦାଖଲରେ ସାମିଲ ହୋଇଥିବା ବେଳେ ୪ ପ୍ରସ୍ତାବକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରଧାନମନ୍ତୀ । ସେହିପରି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପହଁଚି ଗଙ୍ଗା ଘାଟରେ ପୁଜାର୍ଚ୍ଚନା କରଥିଲେ ମୋଦୀ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଚାର୍ଚ୍ଚନା କରିଥିଲେ । ପ୍ରାର୍ଥୀ ଘୋଷଣା-ପ୍ରଚାର, ରାଲି ଓ ରୋଡ୍ ସୋ’ ଏଭଳି ଅନେକ କାର୍ଯ୍ୟକ୍ରମ ଭିତରେ ସାରା ଦେଶର ନଜର ଅଟକି ରହିଥିଲା, ଏହି ଦୃଶ୍ୟ ଉପରେ ।

ପ୍ରଧାନମନ୍ତ୍ରୀ ମୋଦୀ କେତେବେଳେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଆସିବେ ଏବଂ ତୃତୀୟ ଥର ପାଇଁ ବାରଣାସୀ ଆସନରୁ ନାମାଙ୍କନ ଦଖଲ କରିବେ ।ନିର୍ଦ୍ଧାରିତ ସମୟରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ଆଉ ୪ ପ୍ରସ୍ତାବକଙ୍କ ଉପସ୍ଥିତିରେ ଦାଖଲ କରିଥିଲେ ପ୍ରାର୍ଥୀପତ୍ର । ମୋଦୀଙ୍କ ନାମାଙ୍କନକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ହୋଇଥିଲା ବ୍ୟାପକ ଆୟୋଜନ । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ସୁପ୍ରିମୋ, କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ସମେତ ଏନଡିଏ ମେଂଟ ଦଳର ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନରେ ସାମିଲ ହୋଇଥିଲେ । ବାରଣାସୀରେ ଯେମିତି ରୋଡ୍ ସୋ’ କରି ମୋଦୀ, ଭାବପ୍ରବଣତାର ସୁଅ ବୁହାଇବାକୁ ଉଦ୍ୟମ କରିଥିଲେ ।

ଠିକ୍ ସେମିତି ନାମାଙ୍କନ ସମୟରେ ମଧ୍ୟ ଚିରାଚରିତ ଢ଼ଙ୍ଗରେ ଭକ୍ତି ଭାବ ଦେଖାଇ ଏବଂ ଭଗବାନଙ୍କ ପୂଜାପାଠ କରି ଲୋକଙ୍କ ଭିତରେ ଭକ୍ତିଭାବର ସୂଅ ବୁହାଇଥିଲେ । ନାମାଙ୍କନ ଦାଖଲ ପୂର୍ବରୁ ଗଙ୍ଗାରେ ପୂଜାଚ୍ଚର୍ନା କରିଥିଲେ ପ୍ରଧାନମନ୍ତ୍ରୀ । ଦଶାଶ୍ୱମେଧ ଘାଟରେ ଗଙ୍ଗାଙ୍କ ପୁଜାର୍ଚ୍ଚନା କରିବା ପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଜାପାଠ କରିଥିଲେ । ଆଉ ସେଠାରୁ ବାହାରି ସିଧା ବାରଣାସୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଦାଖଲ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ପଡ଼ିବ ବାରଣାସୀ ଭୋଟ୍ । ଅର୍ଥାତ୍ ଜୁନ ୧ ତାରିଖରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ପରୀକ୍ଷା ଦେବାକୁ ଯାଉଛନ୍ତି । ବଡ଼ କଥା ହେଉଛି, ମୋଦୀ ଯେତେଯେତେ ଥର ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି, ତାଙ୍କ ବିଜୟ ବ୍ୟବଧାନ ଆହୁରି ବଢ଼ି ବଢ଼ି ଚାଲିଛି । ୨୦୧୪ ତୁଳନାରେ ୨୦୧୯ରେ ବଢ଼ିଥିଲା ମୋଦୀଙ୍କ ଭୋଟ୍ ସଂଖ୍ୟା । ଏଥର କ’ଣ ହେବ ତାକୁ ହିଁ ଅପେକ୍ଷା ରହିଛି । କାରଣ, ମୋଦୀ ଦେଇଛନ୍ତି ୪ ଶହ ପ୍ଲସ୍ର ନାରା ।