ସବୁଠି ମୌସୁମୀ: ବର୍ଷା ନାହିଁ

37

କନକ ବ୍ୟୁରୋ: ରାଜ୍ୟର ପ୍ରାୟ ସମସ୍ତ ଅଂଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ । କେବଳ ବାଦ୍ ପଡିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନ । ଏହାସତ୍ୱେ ଗତକାଲି ଏବଂ ଆଜି ଦୁଇଦିନ ହେଲା ରାଜ୍ୟର କୌଣସି ସ୍ଥାନକୁ ଭିଜାଇ ପାରିନି ମୌସୁମୀ । ଫଳରେ ଅନେକ ସ୍ଥାନରେ ତାତି ସାମାନ୍ୟ ବୃଦ୍ଧି ପାଇଥିବା ଅନୁଭୂତ ହେଉଛି ।

ଆଜି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଂଟା ମଧ୍ୟରେ ଆଭ୍ୟନ୍ତରିଣ ଅଂଚଳର ଅଧିକାଂଶ ଏବଂ ଉପକୂଳର ଅଳ୍ପ କିଛି ସ୍ଥାନରେ ବର୍ଷା ହେବ । ଦିନକ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ବର୍ଷିବାର ସମ୍ଭାବନା ଅଧିକ । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟର ପୂର୍ବାନୁମାନ ଅନୁସାରେ, ଆଗାମୀ କିଛି ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତରରେ ସ୍ୱଳ୍ପ ବର୍ଷା କିମ୍ବା ଆଦୌ ହୋଇ ନପାରେ ।

ତେବେ ଗତ ଦୁଇଦିନ ଭିତରେ ବର୍ଷା ନହେବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ । ଅନ୍ୟପକ୍ଷରେ ଆଜି ରାଜ୍ୟର ଅନେକ ସ୍ଥାନରେ ତାତି ସାମାନ୍ୟ ବଢିଛି ।