ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ରାଙ୍କିରେ ୩ ନମ୍ବର ଥିବା ଆର୍ଜେଟିନାକୁ ଭେଟିବ ୪ ନମ୍ବରରେ ଥିବା ଫ୍ରାନ୍ସ

163

କନକ ବ୍ୟୁରୁ : ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ରବିବାର ରାତି ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଂଟ ଫାଇନାଲ । ଫାଇନାଲ ମ୍ୟାଚରେ ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ର୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଟିଂନାକୁ ଭେଟିବ । ଫ୍ରାନ୍ସ ଏବଂ ଆର୍ଜେଂଟିନା ଉଭୟ ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତିୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଅଛନ୍ତି । ଆର୍ଜେଟିଂନାର ଲିଓନେଲ ମେସି ଏହି ଫାଇନାଲ ମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି । ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଟିଂନା ଜିତିବାକୁ ଚେଷ୍ଟା କରିବ ।

ସେହିପରି ଗତ ଥରର ଚାମ୍ପିୟକ ଫ୍ରାନ୍ସ ଏଥର ପୁଣି ବାଜିମାତ କରିବାକୁ ରଣନୀତି ପ୍ରସ୍ତୁତି ରିଛି । ଲିଗ ମ୍ୟାଚରୁ ଦୁଇଟି ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ଫାଇନାଲକୁ ଆସିଛନ୍ତି । ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ୧୨ ଥର ମୁକାବିଲା ହୋଇଥିବା ବେଳେ ଆର୍ଜେଟିଂନା ୬ ଥର ଏବଂ ଫ୍ରାନ୍ସ ୩ ଥର ବିଜୟୀ ହୋଇଛି । ଫିଫା ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ଆର୍ଜେଟିଂନା ଦୂୁଇ ଥର ଜିତିଛି । ତେଣୁ ଫ୍ରାନ୍ସ ତୁଳନାରେ ଆର୍ଜେଟିଂନାର ପଲା ଭାରି ରହିଛି । ହେଲେ ଫ୍ରାନ୍ସ ଏବେ ଫମରେ ଥିବାରୁ ମ୍ୟାଚର ଫଳାଫଳ କଣ ହେବ ତାହା କହିବା ଅସମ୍ଭବ । ଏପଟେ ୨-୦ରେ ମୋରୋକୋକୁ ହରାଇ ତୃତୀୟ ସ୍ଥାନ ପକ୍କା କଲା କ୍ରୋଏସିଆ ।