ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନ ବେଦୀକୁ ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି ।

198

କନକ ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରୁଛନ୍ତି  ଚତୁର୍ଦ୍ଧା ମୂରତି ।

ପ୍ରଥମେ ବଡଠାକୁରଙ୍କୁ ବିଜେ କରିନେବା ପରେ ବିଜେ କରିସାରିଲେଣି ସୁଦର୍ଶନ ।   ଆଗେ ଆଗେ ସୁଦର୍ଶନ ସୁରକ୍ଷା ଦେଇ ଯିବା ପରେ ସ୍ନାନ ବେଦୀରେ ବିଜେ କରିଲେଣି ମା’ ସୁଭଦ୍ରା ।      ଏହାପରେ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ ।  ଆଲଟଚାମର , ଘଣ୍ଟଘଣ୍ଟା ଭିତରେ ବିଜେ କରୁଛନ୍ତି କାଳିଆ ସାଆନ୍ତ ।