ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ ସମୟ

157

କନକ ବ୍ୟୁରୋ: ଜାରି ହେଲା ମାଟ୍ରିକ୍ ପରୀକ୍ଷା ସୂଚୀ । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାର ଅବଧି ୨ ଘଂଟା ରହିବ । କେବଳ ଗଣିତ ପାଇଁ ୨ ଘଂଟା ୧୫ ମିନିଟ୍ ସମୟ ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ପରୀକ୍ଷା ମୋଟ ୮୦ ମାର୍କ ବିଶିଷ୍ଟ ହେବ । ୮୦ ମାର୍କ ପରୀକ୍ଷା ପାଇଁ ୨ ଘଂଟା ସମୟ ରହିବ ।

ସେଥିମଧ୍ୟରୁ ୫୦ ମାର୍କର ଅବଜେକଟିଭ୍ ଓ ୩୦ ମାର୍କର ସବଜେକଟିଭ୍ ରହିବ । ଓଏମଆର୍ ସିଟରେ ୫୦ ମାର୍କର ଅବଜେକଟିଭ୍ ପରୀକ୍ଷା ହେବ । ସେହିପରି ପରୀକ୍ଷାର୍ଥୀ ୩୦ ମାର୍କର ସବଜେକଟିଭ୍ ବୁକଲେକରେ ଦେବେ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ । ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍ ୨୯ରୁ ମେ’ ୭ ତାରିଖ ଯାଏ ଚାଲିବ ।