ଆଗକୁ ଗଣପର୍ବ ନୂଆଁଖାଇ: ନବାନ୍ନ ଲାଗି ପାଇଁ ମିଳୁନି ଧାନ, ନିଅଂଟିଆ ବଷାଁ ଯୋଗୁ ହୋଇନି ଅମଳ

95

କନକ ବ୍ୟୁରୋ: ନୂଆଁଖାଇ ପାଇଁ ମିଳୁନି ଧାନ । ଆଉ ଏହି ଧାନ ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ଭରସା । ସେପ୍ଟେମ୍ବର ୨୦ରେ ଗଣପର୍ବ ନୂଆଁଖାଇ । ଏହି ପର୍ବରେ ଚାଷୀ ନିଜ ପ୍ରଥମ ଫସଲ ଅମଳ କରିଥିବା ନୂଆ ଧାନ ଭୋଗ ଲଗାଇବା ପରେ ନୂଆଁ ଖାଇବାର ରହିଛି ପରମ୍ପରା । ତେବେ କିଛି ବର୍ଷ ହେଲା ନୂଆଁଖାଇ ସମୟରେ ଧାନ ବାହାରୁନାହିଁ । ଜଳବାୟୁ ପରିବର୍ତନ ଆଉ ତାର ପ୍ରଭାବ ଯୋଗୁ ଧାନ ସଠିକ୍ ସମୟରେ ବାହାରିପାରୁନି । ଯାହଫଳରେ ବାହାର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ଧାନ ପାଇଁ । ପରମ୍ପରା ବଜାୟ ରଖିବାକୁ ଧାନ ମିଳୁନି । ୨୫ ବର୍ଷ ତଳେ ପଶ୍ଚିମଓଡ଼ିଶାରେ ପ୍ରାୟ ୧୦ହଜାରରୁ ଅଧିକ ପ୍ରଜାତିର ଧାନ ଦେଖିବାକୁ ମିଳୁଥିଲା । ହେଲେ ଏବେ ମାତ୍ର ୪ଶହ ପ୍ରଜାତିର ଧାନ ଦେଖିବାକୁ ମିଳୁଛି । ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଚାଷବାସ ଓ ସ୍ୱାଭାବିକ ପାଣିପାଗ ଯୋଗୁ ଧାନ ପ୍ରଜାତି ଢେର ଥିଲା । ଠିକ୍ ସମୟରେ ଧାନ ଅମଳ ମଧ୍ୟ ହେଉଥିଲା । ହେଲେ ଏବେ ସବୁ ସ୍ୱପ୍ନ ପାଲଟିଗଲାଣି । ଗୁଡା, କରଙ୍ଗାରୁ ନେଇ ହରିଶଙ୍କର , ବାବୁଲାଲ ଆଦି ଧାନ ନୂଆଁଖାଇ ପୂର୍ବରୁ ବାହାରୁଥିଲା । ହେଲେ ଏବେ ନିଅଂଟିଆ ବଷାଁ ଯୋଗୁ ଧାନ ଫସଲ ସଠିିକ୍ ଭାବେ ହୋଇପାରନି । ଏବେ ପଡୋଶୀ ରାଜ୍ୟ ଛତିଶଗଡର ସାରିଆ କିସମ ଧାନ ହିଁ ଭରସା ପାଲଟିଛି । ସେଥିରେ ହିଁ ନୂଆଖାଇ ପାଇଁ ଅନ୍ନ ଲାଗିବ । ବରଗଡ ଜିଲ୍ଲାରେ ଅତି କମ୍ରେ ତିନି ମାସ ପରେ ଧାନ ବାହାରିଥାଏ । ଅନ୍ୟ ସମୟରେ ଧାନ ମିଳିବା ଅସମ୍ଭବ ହୋଇଥିବା ବେଳେ ଏହି ଧାନ ଏବେ ଆଶ୍ରା ଭରସା ପାଲଟିଛି ଷାଠିଏ ଓ ହରିଶଙ୍କର କିସମର ଧାନକିଛି ମାତ୍ର୍ରାରେ ଚାଷ ହୋଇଛି । ଆଉ ସେହି ଧାନର କେଣ୍ଡା କରି ବଜାରରେ ବିକ୍ରି କରାଯିବ ।