ରାଉରକେଲାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ପୁଲିସ ମାଡ ମାରିଥିବା ଅଭିଯୋଗ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ଭାଇରାଲ

154

କନକ ବ୍ୟୁରୋ: ରାଉରକେଲା ରେଲୱେ କଲୋନୀ ନିକଟସ୍ଥ ବିବେକାନନ୍ଦ ପାଲ୍ଲୀ ବସ୍ତିରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ତ୍ରୀବ ଉତେଜନା ପ୍ରକାଶ ପାଇଛି । ପୋଲିସ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ । ଏହାରି ଭିତରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଯୁବକ ହେଲେ ବିକାଶ ମୁଖୀ । ସେ ସେହି ବସ୍ତିର ଘନଶ୍ୟାମ ଦୀପଙ୍କ ଝିଅ ସରିତାଙ୍କୁ ପ୍ରାୟ ୧୨ ବର୍ଷ ତଳେ ବିବାହ କରିଥିଲେ ।

ବିକାଶ ସରିତାଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି । କିଛି ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରିବାରିକ କନ୍ଦଳ ଲାଗି ରହୁଥିଲା । ଯାହା ପାଇଁ ଉଭୟ ଅଲଗା ରହୁଥିଲେ । ଗତକାଲି ପିଲାଙ୍କ ପାଖକୁ ବିକାଶ ଯାଇଥିବା ବେଳେ ପତ୍ନୀଙ୍କ ଅଭିଯୋଗରେ ଫାଣ୍ଡିର ଡ୍ରାଇଭର ଆସି ତାଙ୍କୁ ସେଠାରୁ ନେଇ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି । ମାନସିକ ଚାପଗ୍ରସ୍ତ ହୋଇ ବିକାଶ ଆତ୍ମହତ୍ୟା କରିଥିବା ବେଳେ ବିକାଶ ଏକ ଭିଡ଼ିଓ କରି କହିଛନ୍ତି ।

ଭିଡିଓକୁ ତାଙ୍କ ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କୁ ପଠେଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛି । ତ୍ରୀବ ପ୍ରତିବାଦ ମଧ୍ୟରେ ବିକାଶଙ୍କ ଶବକୁ ପୁଲିସ ବ୍ୟବଚ୍ଛେଦ ପାଇଁ ନେବାରେ ସକ୍ଷମ ହୋଇଛି । ବିବେକାନନ୍ଦ ପାଲ୍ଲୀରେ ଏହି ମାମଲାକୁ ନେଇ ଏବେବି ଚାପା ଉତେଜନା ବଳବତର ରହିଛି ।