ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର: ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ

744

କନକ ବ୍ୟୁରୋ: ସରିଲା ଖରା ଛୁଟି । ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଦ୍ୱନ୍ଦ୍ୱ । କିନ୍ତୁ ଏବେ ସ୍କୁଲ ଖୋଲିବାକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିଷ୍ପତି ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବ । କିନ୍ତୁ ପାଣିପାଗ ସ୍ଥିତିକୁ ନେଇ ସରକାର, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ଅନୁକୂଳ ପାଗ ଥିବା ଜିଲ୍ଲା ଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ସେହିପରି ବାଲେଶ୍ୱର ଜିଲ୍ଲାପାଳ ଆସନ୍ତାକାଲି ଯାଏ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ସ୍କୁଲ ଖୋଲିବ । ତେବେ କେନ୍ଦୁଝର ଓ ଦେବଗଡରେ ଆସନ୍ତାକାଲିଠୁ ସକାଳୁ ସ୍କୁଲ୍ ହେବ ବୋଲି ନିଷ୍ପତି ନେଇଛନ୍ତି ଜିଲ୍ଲାପାଳ । ଝାରସୁଗୁଡା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ । ୧୯, ୨୦ ଦୁଇ ଦିନ ସକାଳୁଆ ସ୍କୁଲ ହେବ । ସେହିପରି ଯାଜପୁର ଜିଲ୍ଲାରେ ଆସନ୍ତା ୪ ଦିନ ସକାଳୁଆ ସ୍କୁଲ ହେବ ବୋଲି ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣ ନିଷ୍ପତି ନେଇଛନ୍ତି । ଏବେ ଆସନ୍ତୁ ନଜର ପକାଇବା ରାଜ୍ୟର କେଉଁ ଜିଲ୍ଲାରେ ସ୍କୁଲ ଖୋଲା ରହିବ ଓ ବନ୍ଦ ରହିବ ।

କେଉଁଠି ଖୋଲା?
ଦେବଗଡ଼
ଢେଙ୍କାନାଳ
କେନ୍ଦୁଝର
ଅନୁଗୁଳ
ଜଗତସିଂହପୁର
କଟକ
ଯାଜପୁର
ଖୋର୍ଦ୍ଧା
ପୁରୀ
କୋରାପୁଟ
ଝାରସୁଗୁଡ଼ା
କଳାହାଣ୍ଡି

କେଉଁଠି ଛୁଟି?
ବଲାଙ୍ଗୀର
ବରଗଡ଼
ସମ୍ବଲପୁର
ସୋନପୁର
ସୁନ୍ଦରଗଡ଼
ଭଦ୍ରକ
ବାଲେଶ୍ୱର
ମୟୂରଭଞ୍ଜ
ଗଞ୍ଜାମ
ଗଜପତି