ଏସପିଙ୍କୁ ଭେଟିଲେ ମୃତ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମା’ ଓ ସ୍ତ୍ରୀ: କେଉଁ ପ୍ରସଙ୍ଗରେ କଥା ହେଲେ ମୁହଁ ଖୋଲିଲେନି ପରିବାର

131

କନକ ବ୍ୟୁରୋ: ମୃତ ଆଇଆଇସି ଦେବକୁମାର ଗମାଙ୍ଗଙ୍କ ପରିବାର ଲୋକେ ଆଜି ଏସପିଙ୍କୁ ଭେଟିଛନ୍ତି । ଆଜି ସକାଳ ୯ଟା ୩୦ରେ ଗୁଣୁପୁର ନିକଟ ଏଦ୍ରୁବାଲଶା ଗାଁରୁ ଆସି ଦେବକୁମାରଙ୍କ ମା ଓ ଗମାଙ୍ଗଙ୍କ ସ୍ତ୍ରୀ କିରଣ ଗମାଙ୍ଗ ଏସପିଙ୍କୁ ଭେଟିଛନ୍ତି । ଦୁଇ ଘଂଟା ଧରି ଉଭୟ ଏସପିଙ୍କ ସହ ଆଲୋଚନା କରିଥିଲେ । ହେଲେ ଗଣମାଧ୍ୟମ ଆଗରେ କେହି ମୁହଁ ଖୋଲିନାହାନ୍ତି । ଦେବକୁମାରଙ୍କ ମୃତ୍ୟୁକୁ ୪ ଦିନ ବିତିଥିଲେ ବି ଏଯାଏ ଘଟଣା ରହସ୍ୟ ଘେରରେ ରହିଛି । ଆଇଆଇସିଙ୍କୁ ଗୁଳି ବାଜିବା ସମୟରେ ସେଠାରେ ଉପସ୍ଥିତ ଥିଲେ ଭଂଜନଗର ଏସ୍ଡିପିଓ ଶୁଭ୍ରାଂସୁ ଶେଖର ମିଶ୍ର ଓ ଭଂଜନଗର ଆଇଆଇସି ଧୀରେଶ କୁମାର ଦାସ । ଏସ୍ଡିପିଓ କହଥିଲେ ଆଇଆଇସିଙ୍କ ଭଉଣୀଙ୍କ ଫୋନ୍ କଲ ପାଇ ସେ ଦେବ କୁମାର ଗମାଙ୍ଗଙ୍କ ପାଖକୁ ଯାଇଥିଲେ ।