ଗଞ୍ଜାମ ପିତଳ ଛକ ହତ୍ୟା ମାମଲାର ପର୍ଦ୍ଦାଫାଶ: ଅସଦାଚରଣରୁ ହତ୍ୟା ହୋଇଥିବା କହିଲେ ଏସପି

149

କନକ ବ୍ୟୁରୋ: ଗଞ୍ଜାମ ହିଞ୍ଜିଳି ଥାନା ପିତଳ ଛକ ହତ୍ୟା ମାମଲାରେ ପର୍ଦ୍ଦାଫାଶ କରିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଗତ ୨୨ ତାରିଖରେ ହୋଇଥିବା ଏହି ହତ୍ୟା ଘଟଣା କମେଂଟ ମାରିବାକୁ ନେଇ ହୋଇଛି ବୋଲି ଏସପି କହିଛନ୍ତି । ଅଭିଯୁକ୍ତ ସାଧୁ ସ୍ୱାଇଁ ଏହି ଅସଦାଚରଣ କରିଥିଲେ । ଯାହାକୁ ପ୍ରତିବାଦ କରିଥିଲେ ଶମ୍ଭୁ ସ୍ୱାଇଁ ଏବଂ ତାଙ୍କର ତିନି ଭାଇ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣାସ୍ଥଳରୁ ସାଧୁ ନିଜ ଗାଁକୁ ଯାଇ ମାରଣାସ୍ତ୍ର ସହିତ କିଛି ଯୁବକଙ୍କୁ ସାଙ୍ଗରେ ଧରି ଆସିଥିଲେ । ଆଉ ନୃଶଂସ ଭାବେ ହତ୍ୟା କରିଥିଲେ । ପୁଲିସ ଏହି ଘଟଣାରେ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ସ୍ୱତନ୍ତ୍ର ଟିମ୍ ଗଠନ କରି ଅନ୍ୟତମ ଅଭିଯୁକ୍ତକୁ ଖୋଜା ଚାଲିଛି ବୋଲି ଏସପି କହିଛନ୍ତି ।