ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ: କାଲିଠୁ ଲାଗୁ ହେବ ନିୟମ

174

କନକ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ । ସମସ୍ତ ଯାତ୍ରୀଙ୍କ ଟେଷ୍ଟ ବାଧ୍ୟତାମୂଳକ କଲା ବିଏମସି । ଡବଲ ଡୋଜ ଟିକା ନେଇଥିଲେ ବି ଟେଷ୍ଟ ହେବ । ଯଦି ଆରଟିପିସିଆର ନେଗେଟିଭ ରିପୋର୍ଟ ଥାଏ ତଥାପି ଯାଞ୍ଚ କରାଯିବ । ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଯାତ୍ରୀ । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ ।

ରାଜ୍ୟରେ କରୋନା ନୂଆ ଭୂତାଣୁକୁ ଏହି ନିୟମ ଜାରି କରିଛି ବିଏମସି । ରାଜ୍ୟରେ ପୁଣି କରୋନା ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ସରକାର ପୁଣି କଟକଣା ଜାରି କରିଛନ୍ତି । ଏହାସହ ଲୋକମାନେ ମଧ୍ୟ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।