ପିପିଲିରୁ ଆସିଛି ଗୁରୁପୂଜାର ଅନନ୍ୟ ପରମ୍ପରା: ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଘରୁ ପାଛୋଟି ଆଣିଲେ ଛାତ୍ରଛାତ୍ରୀ

65

କନକ ବ୍ୟୁରୋ: ଗୁରୁ ଶିଷ୍ୟଙ୍କ ନିଆରା ପରମ୍ପରା । ଅବସର ନେବା ଶେଷ ଦିନରେ ଛାତ୍ରଛାତ୍ରୀ ମାନେ ୧ କିଲୋମିଟର ଚାଲି ଚାଲି ଯାଇ ପାଛୋଟି ଆଣିଲେ ଶିକ୍ଷକଙ୍କୁ । ନିଜ ହାତ ତିଆରି ମାଟି କାନ୍ଥ ଚାଳ ଛପର ବିଦ୍ୟାଳୟ ଘର ଏବେ ଇଟା କାନ୍ଥ ଆଜବେଷ୍ଟ ହୋଇ ଛିଡା ହୋଇଛି ସତ କିନ୍ତୁ ପରିବର୍ତନ ହୋଇନି ଶିକ୍ଷା ସଂସ୍କାର । ଛାତ୍ରଛାତ୍ରୀଙ୍କ ଭକ୍ତି । ବିନା ବେତନରେ ୭ ବର୍ଷ ପାଠ ପଢାଇଥିବା ଶିକ୍ଷକ ୩୩ ବର୍ଷ ପରେ ବିଦାୟ ନେଲେ । ଝୁରିଲେ ଛାତ୍ର ଛାତ୍ରୀ. ଝୁରିଲେ ଅଭିଭାବକ ସମେତ ଗାଁ ଲୋକେ । ଅବସର ପରେ କରିବେ କଣ ବୋଲି ଚିନ୍ତାରେ ଶିକ୍ଷକ ।

ଦୀର୍ଘ ୩୩ ବର୍ଷ କାଳ ଶିକ୍ଷା ଦାନ କରିଆସୁଥିଲେ ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚସଖା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କେଶବ ବାରିକ । ବ୍ଲକ ଗ୍ରାଣ୍ଡ ମାଧ୍ୟମରେ ନିଯୁକ୍ତି ପାଇ ୮ମ, ୯ମ, ୧୦ମ ପିଲାଙ୍କୁ ପାଠ ପଢାଉଥିଲେ । ଆଜି ଯେତେବେଳେ ଅବସର ଦିନ ଆସିଛି ଅଭିମାନ ହେଉ କି ମନର ଦୁଃଖ ବିଦ୍ୟାଳୟକୁ ଆସୁନଥିଲେ କେଶବ ସାର । ବିଦ୍ୟାଳୟଠାରୁ ଏକ କିଲୋମିଟର ଦୂରରେ ରହୁଥିବା ଶିକ୍ଷକଙ୍କ ଘରକୁ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସମେତ ସହ ଶିକ୍ଷକ ଚାଲି ଚାଲି ଯାଇ ବେକରେ ଫୁଲ, ପିଢାରେ ପାଦ ଧୋଇ, ପାଛୋଟି ଆଣିଲେ । ଏପଟେ ଆଖି ଛଳ ଛଳ କରି ହସି ହସି କହିଛନ୍ତି କାର୍ୟ୍ୟ ସମୟରେ ମିଳିନଥିଲା ସଠିକ ବେତନ କି ଅବସର ପରେ ମିଳିବ ନାହିଁ କୌଣସି ସରକାରୀ ସହାୟତା ଯାଉଛି ଖାଲି ହାତରେ ସତ କିନ୍ତୁ ସାଥିରେ ନେଇଯାଉଛି ଢେର ସାରା ଭଲ ପାଇବା ସ୍ନେହ ମମତା ଯାହା ଅମୁଲ୍ୟ ମୂଲ୍ୟ ଅଟେ ।