ଫାଦରକୁ ମାଡ ମାରି ଚର୍ଚ୍ଚ ଲୁଟିନେଲେ ଦୁର୍ବୃତ୍ତ,ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ ।

257

କନକବ୍ୟୁରୋ:ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଚର୍ଚ୍ଚରେ ପଶି ଫାଦରଙ୍କୁ ଆକ୍ରମଣ । ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଗୁରୁତର ଅବସ୍ଥାରେ ଫାଦରଙ୍କୁ ରାଉରକେଲା ସରକାରୀ ଡାକ୍ତରାଖାନାରେ ଭର୍ତି କରାଯାଇଛି । ୧୦ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ସହ ଚର୍ଚ୍ଚରେ ପଶି ଲୁଟ୍ କରିଥିବା ଜଣାପଡ଼ିଛି । ପୋଲିସ ଓ ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।