ଶାଶୂ-ଦେଢଶୁରଙ୍କୁ ଘରେ ତାଲା ପକାଇ ଫେରାର ହୋଇଗଲେ ବୋହୂ: ବନ୍ଦ ଘରୁ ମାଆ-ପୁଅଙ୍କୁ ଉଦ୍ଧାର କଲେ ପୋଲିସ ଓ ଗ୍ରାମବାସୀ

535

କନକ ବ୍ୟୁରୋ: ଶାଶୁ ଓ ଦେଢଶୁରଙ୍କୁ ଘରେ ତାଲା ପକାଇ ବୋହୁ ଫେରାର । ଘରେ ବନ୍ଦ ରହିଥିବା ମାଆ-ପୁଅଙ୍କୁ ଉଦ୍ଧାର କଲେ ପୋଲିସ ଓ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁରୁ ଏମିତି ଏକ ଖବର ଆସିଛି । ଡଙ୍ଗାପାଳ ଗାଁର ବିଧବା ବୋହୁ କାମିନୀ ବେଶ୍ରା ନିଜ ଶାଶୁ ସୁମିତ୍ରା ବେଶ୍ରା ଓ ଦେଢଶୁର ଦିବ୍ୟାଙ୍ଗ ପରମାନନ୍ଦ ବେଶ୍ରାଙ୍କୁ ଘରେ ତାଲା ପକାଇ ଦେଇଥିଲେ । ଉଭୟ ଶାଶୁ ଓ ଦେଢଶୁର ଘରେ ଥିଲା ବେଳେ ଘର ବାହାର ପଟୁ ତାଲା ଦେଇ ନିଜ ଝିଅକୁ ଧରି କେଉଁ ଆଡେ ଫେରାର ହେଇଯାଛନ୍ତି କାମିନୀ । ଏକଥା ଗାଁ ଲୋକ ଜାଣିବା ପରେ କଙ୍କଡାହାଡ଼ ପୋଲିସ ଓ ସରପଂଚଙ୍କୁ ଜଣାଇଥିଲେ । ପରେ ସରପଂଚଙ୍କ ଉପସ୍ଥିତରେ ମାଆ-ପୁଅଙ୍କୁ ବନ୍ଦ ଘରୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଉଦ୍ଧାର କରି ବାଟଗାଁ ପଂଚାୟତ ଢୋଲଖମଣ ଗାଁରେ ସମ୍ପର୍କୀୟଙ୍କ ଘରେ ରଖାଯାଇଛି ।