ମାର୍ଚ୍ଚ ୧ରୁ ହେବ ଯୁକ୍ତ ଦୁଇ ପରୀକ୍ଷା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶିତ

126

କନକ ବ୍ୟୁରୋ: ମାର୍ଚ୍ଚ ୧ରୁ ଆରମ୍ଭ ହେବ +୨ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ଶିକ୍ଷା ପାଇଁ ଜାରି ହେଲା ସୂଚୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବା ବେଳେ ୨ ତାରଖରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ସକାଳ ୧୦ଟାରୁ ଦିନ ୧ଟା ଯାଏଁ ଗୋଟିଏ ସିଟିଂରେ ହେବ ପରୀକ୍ଷା । କୋଭିଡ ଗାଇଡଲାଇନରେ ହେବ ସମସ୍ତ ପରୀକ୍ଷା ।