ଶୁଣିଲାନି ପ୍ରଶାସନ । ନିଜସ୍ୱ ଉଦ୍ୟମରେ ରାସ୍ତା କଲେ କୋରାପୁଟ ଘାଂଟାଗୁଡ଼ା ଗାଁ ଲୋକ 

44

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଉଦ୍ୟମରେ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ଏକାଠି ହୋଇ ମିଳିମିଶି କୋଡି କୋଦାଳ ଧରି ଅଣ୍ଟା ଭିଡିଛନ୍ତି ଗାଁର ଲୋକମାନେ । କୋରାପୁଟ ଦଶମନ୍ତପୁର ବ୍ଲକ ଘାଣ୍ଟାଗୁଡା ଗାଁର ଲୋକେ ଏକାଠି ତିଆରି କରିଛନ୍ତି ରାସ୍ତା । ମେଡ଼ିକାଲ, ବଜାର ଘାଟ କିମ୍ବା ସ୍କୁଲ କଲେଜ ଯିବା ପାଇଁ ଏହି ରାସ୍ତା ଲୋକଙ୍କର ଏକମାତ୍ର ଭରସା । ପୋଡାଗଡ ପରେ କୋରାପୁଟ ସହରକୁ ଯିବା ପାଇଁ ୩୨ କିଲୋମିଟର ହେଉଥିବା ବେଳେ ରାସ୍ତା ଖରାପ ଯୋଗୁଁ ୫୫ କିଲୋମିଟର ରାସ୍ତା ଅଧିକ ପଡ଼ୁଛି । ତେଣୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଲୋକେ । ଏନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡ଼ି ନିରାଶ ହେବା ପରେ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି । ରାସ୍ତାଟିଏ ହେଲେ ଉପକୃତ ହେବେ ୫ଟି ଗାଁର ଲୋକେ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଘାଂଟାଗୁଡ଼ା ଠାରୁ ଭପୁକି ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।