ସମ୍ବଲପୁରରେ ଜଣ୍ଡିସ୍ ଯନ୍ତ୍ରଣା । ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସମ୍ବଲପୁର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ।

69

କନକ ବ୍ୟୁରୋ: ସମ୍ବଲପୁର ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ପଡ଼ାଗୁଡ଼ିକରେ ଡ୍ରେନ୍ ଭିତରେ ପାଣି ପାଇପ ଯାଇଥିବା ବେଳେ ତାହା ପରିବର୍ତ୍ତନ ହୋଇନାହିଁ । ସ୍ଥାନୀୟ ବିଧାୟକ ସମୀକ୍ଷା କରି ପାଇପ ବଦଳାଇବା ପାଇଁ କହିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକ ପ୍ରଶାସନ ପଦକ୍ଷେପ ନେବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜିଲ୍ଲାପାଳ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି । ସେ କହିଛନ୍ତି ଯେ, ଜଳ ବିଶୋଧନ କରି ଛଡ଼ାଯାଉଥିବା ବେଳେ ସର୍ଭେଲାନ୍ସ ଜାରି ରହିଛି । ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ପଡ଼ା ପଡ଼ା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଶରୀରରେ ଭୂତାଣୁ ପ୍ରବେଶ କରିବାର ୫୦ ଦିନ ଯାଏଁ ଜଣ୍ଡିସ୍ ବାହାରିବାର ଆଶଙ୍କା ଥାଏ । ତେବେ ହଠାତ୍ ସବୁ ଠିକ୍ ହେବ ନାହିଁ ଓ ପାଇପ ପରିବର୍ତ୍ତର୍ନର କାମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।