ଗୁଇନ୍ଦା ବେଲୁନ ଉପରେ ବଢ଼ୁଛି ମହାଶକ୍ତିଙ୍କ ଭରସା । ଚୀନ୍ ପରେ ଏବେ ଗୁଇନ୍ଦା ବେଲୁନ ଉପରେ ପୁଟିନଙ୍କ ଆଖି । ୟୁକ୍ରେନ ରାଜଧାନୀ କିଭରେ ୬ଟି ବେଲୁନ ଉଡ଼ାଇଲା ଋଷ୍ ।

105

କନକ ବ୍ୟୁରୋ: ଋଷର ବେଲୁନ ରଣନୀତି । ଗୁଇନ୍ଦା ବେଲୁନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ୟୁକ୍ରେନ୍ ବିରୋଧରେ ବେଲୁନ୍ ରଣନୀତି ଆପଣେଇଛି ଋଷ । ୟୁକ୍ରେନ୍ ଆକାଶକୁ ଗୁଇନ୍ଦା ବେଲୁନ୍ ଛାଡି ବାୟୁ ଗୁଇନ୍ଦା ତଥ୍ୟ ଯୋଗାଡ କରୁଛି ୠଷ । ଏହାକୁ ଭିତ୍ତି କରି ଋଷର ସେନାର ବିଭିନ୍ନ ସ୍ଥାନରେ ମିସାଇଲ ମାଡ କରିଛି । ପୂର୍ବରୁ ଡ୍ରୋନ୍ ବ୍ୟବହାର କରି ୟୁକ୍ରେନ୍ର ଭିତ୍ତିଭୂମି ବ୍ୟବସ୍ଥା ଗୁଡିକୁ ଛାରଖାର କରିଦେଇଥିଲା । ଏବେ ପୁଟିନ୍ ବେଲୁନ୍ ରଣନୀତି ଆପଣେଇଛନ୍ତି ।

  • ୟୁକ୍ରେନ ବିରୋଧରେ ପୁଟିନ ରେସନାର “ବେଲୁନ’ ରଣନୀତି
  • ବେଲୁନ ମାଧ୍ୟମରେ ଋଷ୍ ସଂଗ୍ରହ କରୁଛି ଗୁଇନ୍ଦା ତଥ୍ୟ
  • ୟୁକ୍ରେନ୍ ରାଜଧାନୀ କିଭ୍ ଆକାଶରେ ୬ଟି ଗୁଇନ୍ଦା ବେଲୁନ୍
  • ଖାଲି କିଭ୍ ନୁହେଁ ୟୁକ୍ରେନର ଅନ୍ୟ ଅଞ୍ଚଳରେ ମଧ୍ୟ ଠାବ
  • ଋଷ୍ ଗୁଇନ୍ଦା ବେଲୁନକୁ ନଷ୍ଟ କରିଦେଲା ୟୁକ୍ରେନ ସେନା
  • କ୍ଷେପଣାସ୍ତ୍ର ମାଡ଼ କରି ନଷ୍ଟ କଲା ୟୂକ୍ରେନ ସେନା
  • ଆଗରୁ ୠଷ୍ ଗୁଇନ୍ଦା ତଥ୍ୟ ପାଇଁ ଡ୍ରୋନ୍ ବ୍ୟବହାର କରୁଥିଲା
  • ଏବେ ଋଷ୍ ପାଖରେ ଡ୍ରୋନ୍ କମିଯାଇଛି
  • ଫଳରେ ବେଲୁନ ଉପରେ ଭରସା କରିଛନ୍ତି ପୁଟିନ
  • ଗୁଇନ୍ଦା ବେଲୁନ ପାଇଁ ଅପେକ୍ଷାକୃତ କମ୍ ଖର୍ଚ୍ଚ
  • ଏହାକୁ ନଷ୍ଟ କରିବା ଏତେ ସହଜ ନୁହେଁ
  • କ୍ଷେପଣାସ୍ତ୍ର ମାଡ଼ କରି ନଷ୍ଟ କରିବାକୁ ପଡ଼ୁଛି
  • ଫଳରେ ୟୁକ୍ରେନ ପାଖରେ କ୍ଷେପଣାସ୍ତ୍ର ସଂଖ୍ୟା କମିଯିବ
  • ୟୁକ୍ରେନର ପଡ଼ୋଶୀ ଦେଶ ମଲଡୋଭାରେ ବି ଋଷ୍ ଗୁଇନ୍ଦା ବେଲୁନ
  • ଏକ ଘଣ୍ଟା ପାଇଁ ନିଜ ବାୟୁମାର୍ଗ ବନ୍ଦ କରିଥିଲା ମଲଡୋଭା

ତେବେ ଏହି ଗୁଇନ୍ଦା ବେଲୁନ କ’ଣ ଓ ଏହାର କିପରି ବ୍ୟବହାର କରାଯାଏ?

  • ଗୁଇନ୍ଦା ବେଲୁନରେ ଗ୍ୟାସ୍ ଭରି ରହିଥାଏ
  • ଏହା ଖୁବ୍ ଉପରେ ଉଡ଼ିପାରେ
  • ଏହି ବେଲୁନରେ କ୍ୟାମେରା ଖଞ୍ଜାଯାଇଥାଏ
  • ଏହି କ୍ୟାମେରା ଅତି ହାଇ କ୍ୱାଲିଟିର
  • ବହୁ ଦୂରରୁ ଚିତ୍ର ଉତ୍ତୋଳନ କରିପାରେ ଏହି କ୍ୟାମେରା
  • ଗୁଇନ୍ଦା ବେଲୁନରେ ଆଣ୍ଟିନା ମଧ୍ୟ ରହଥାଏ
  • ଫଳରେ ଗୁପ୍ତ ତଥ୍ୟ ସଂଗ୍ରହ କରିପାରେ ଏହି ବେଲୁନ

ଏବେ ଗୁଇନ୍ଦା ବେଲୁନକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଏହା ପ୍ରଥମେ ଆମେରିକାରୁ ଆରମ୍ଭ ହୋଇଛି । ମୋଣ୍ଟାନାରେ ଚୀନ୍ ଗୁଇନ୍ଦା ବେଲୁନ ଠାବ ହେବା ପରେ ଏହାକୁ ନେଇ ଆମେରିକାରେ ହଲଚଲ ଖେଳିଯାଇଥିଲା । ଶେଷରେ କ୍ଷେପଣାସ୍ତ୍ର ମାଡ଼ କରି ଏହାକୁ ନଷ୍ଟ କରିଦେଇଥିଲା ଆମେରିକୀୟ ବାୟୁସେନା । ଏହାସହ କାନାଡ଼ାରେ ମଧ୍ୟ ଚୀନ୍ ଗୁଇନ୍ଦା ବେଲୁନ ଦେଖାଯିବା ପରେ ଏହାକୁ ମଧ୍ୟ ନଷ୍ଟ କରିଦିଆଯାଇଛି । ଏହାକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଏବେ ଉତେଜନା ବଢ଼ିଛି । ଏପରିକି ଆମେରିକାର ବୈଦେଶିକ ସଚିବ ଆଂଟୋନି ବ୍ଲିଙ୍କେନଙ୍କ ଆମେରିକା ଗସ୍ତ ମଧ୍ୟ ରଦ୍ଦ ହୋଇଯାଇଛି ।

  • ଗୁଇନ୍ଦା ବେଲୁନଙ୍କ ଉପରେ ମହାଶକ୍ତିଙ୍କ ଭରସା
  • ଆମେରିକା ବିରୋଧରେ ଚୀନର ଗୁଇନ୍ଦା ବେଲୁନ ବ୍ୟବହାର
  • ଆମେରିକାର ଗୁପ୍ତ ସାମରିକ ତଥ୍ୟ ସଂଗ୍ରହ କରୁଛି ଚୀନ୍
  • ଚୀନ୍ ପରେ ଏହି କୌଶଳ ଆପଣାଇଛି ରୁଷ୍
  • ୟୁକ୍ରେନରେ ଋଷର ଗୁଇନ୍ଦା ବେଲୁନ
  • ଗୁଇନ୍ଦା ବେଲୁନର ବ୍ୟବହାର ନୂଆ ନୁହେଁ
  • ଶୀତଳ ଯୁଦ୍ଧ ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା
  • ଉଭୟ ଆମେରିକା ଓ ରୁଷ୍ ଗୁଇନ୍ଦା ବେଲୁନ ବ୍ୟବହାର କରିଥିଲେ
  • ପ୍ରଯୁକ୍ତିର ଉନ୍ନତି ସହ ଡ୍ରୋନ୍ ଆସିଲା
  • ଡ୍ରୋନ୍ ଆସିବା ପରେ ଗୁଇନ୍ଦା ବେଲୁନ ବ୍ୟବହାର କମିଲା
  • ଚୀନ୍ କିନ୍ତୁ ପୁରୁଣା ରଣକୌଶଳ ଆପଣାଇଲା
  • ଗୁଇନ୍ଦା ବେଲୁନରେ ବ୍ୟବହାର କଲା ଅତ୍ୟାଧୁନିକ ପ୍ରଯୁକ୍ତି
  • ବିଶ୍ୱର ବିଭିନ୍ନ ଦେଶରେ ଚୀନ୍ ଉଡ଼ାଇଲା ଏହି ବେଲୁନ
  • ଭାରତର ଆଣ୍ଡାମାନ-ନିକୋବର ଉପରେ ଗୁଇନ୍ଦା ବେଲୁନ ଉଡ଼ାଇଥିବା ଅଭିଯୋଗ
  • ଗୁଇନ୍ଦା ବେଲୁନ କଥାକୁ ଖଣ୍ଡନ କରିଆସିଛି ଚୀନ୍
  • ପାଣିପାଗ ତଥ୍ୟ ସଂଗ୍ରହ କରାଯାଉଥିବା କହିଆସୁଛି ଚୀନ୍
  • ହେଲେ ଚୀନ୍ କଥାକୁ କେହି ବିଶ୍ୱାସ କରୁନାହାନ୍ତି