୫୩ବର୍ଷ ସାନ ବାନ୍ଧବୀଙ୍କୁ ୯ଶହ କୋଟି ଟଙ୍କାର ଉପହାର ଦେଇ ଚର୍ଚ୍ଚାରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ: ନିଜର ସମ୍ପତିରୁ ୯ଶହ କୋଟିର ଉପହାର ଦେଲେ ସିଲଭିୟୋ ବୋଲୁସ୍କୋନୀ

159

କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକାଙ୍କ ନାଁରେ କୋଟି କୋଟି ଟଙ୍କାର ୱିଲ୍ । ଇଟାଲୀର ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି । ଯିଏକି ନିଜର ୩୩ ବର୍ଷୀୟ ପ୍ରେମିକା ମାର୍ତା ଫାସିନାଙ୍କ ନାମରେ ଭାରତୀୟ ମୁଦ୍ରାରେ ପ୍ରାୟ ୯ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ୱିଲ ରଖିଯାଇଛନ୍ତି । ଏହି ଖବର ପରେ ସବୁଆଡେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ୨୦୨୦ରେ ରାଜନୈତିକ ସଙ୍ଗଠନ ‘ ଫୋର୍ଜା ଇଟାଲୀୟା’ର ଡ଼େପୁଟି ଥିବା ମାର୍ତା ଫାସିନାଙ୍କ ସହ ବର୍ଲୁସ୍କୋନିଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଆଇନ ଅନୁଯାୟୀ ବର୍ଲୁସ୍କୋନି ଫାସିନାଙ୍କୁ ବିବାହ କରି ନଥିଲେ ମଧ୍ୟ ମୃତ୍ୟୁ ପୂର୍ବରୁ ତାଙ୍କୁ ସ୍ତ୍ରୀ ବୋଲି କହିଥିବା ଜଣାପଡ଼ିଛି । ଏବଂ ଫାସିନାଙ୍କ ନାଁରେ ପ୍ରାୟ ୯ଶହ କୋଟିରୁ ଅଧିକ ଟଙ୍କା ୱିଲ କରିଯାଇଛନ୍ତି । ଗତ ଜୁନ ମାସ ୧୨ ତାରିଖରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ଲୁାସ୍କୋନିଙ୍କ ୮୬ ବର୍ଷ ବୟସରେ ମୃତ୍ୟୁ ଘଟିଛି ।